ବିଦେଶ ଓ ସ୍ୱଦେଶ ଫେରନ୍ତା କେତେକ ବ୍ୟକ୍ତି ଏବେବି ହୋଇନାହାନ୍ତି ପଞ୍ଜିକୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମହାମରୀ କରୋନା ଯୋଗୁଁ ଅନ୍ୟ ଦେଶ ବା ଅନ୍ୟ ରାଜ୍ୟରୁ ଫେରୁଥିବା ବ୍ୟକ୍ତି ବିଷେଶଙ୍କୁ ନାମ ପଞ୍ଜିକୃତ କରିବା ଲାଗି ସରକାର ନିର୍ଦ୍ଦେଶ ଓ ନିବେଦନ କରିଆସୁଥିବା ବେଳେ ଏବେ ବି ବହୁ ବ୍ୟକ୍ତି ସେଥିରେ ମନୋନିବେଶ କରିନାହାନ୍ତି । ଘଟଣାକୁ ଅତି ହାଲକା ଭାବେ ନିଆଯାଉଥିବାରୁ ସେ ଅଂଚଳରେ ଚାପା ଉତ୍ତେଜନ ଲାଗି ରହୁଛି । ଜଳେଶ୍ୱର ବ୍ଲକ ଅଂଚଳରୁ ବହୁ ବ୍ୟକ୍ତି ବିଦେଶ ଓ ଅନ୍ୟ ରାଜ୍ୟରେ ରହୁଥିବା ବେଳେ କରୋନା ଯୋଗୁଁ ଘରବାହୁଡା ହେଉଛନ୍ତି । ଆଜି ଶନିବାର ଦ୍ୱିପ୍ରହର ସୁଦ୍ଧା ବିଦେଶରୁ ଫେରୁୂଥିବା ୭ଜଣ ଓ ଅନ୍ୟ ରାଜ୍ୟରୁ ଫେରିୀଥିବା ୧୬୧୦ଜଣ ପଞ୍ଜିକୃତ ହୋଇଥିବା ବେଳେ ବହୁବ୍ୟକ୍ତି ଜାଣିଶୁଣି ଓ ସଚେତନତାରୁ ଅଭାବରୁ ନାମ ପଞ୍ଜିକରଣ କରୁନାହାନ୍ତି । ରୋଗୀର ଦେହରେ ଭୁତାଣୁ ପ୍ରବେଶ କରିବାର ୧୪ ଦିନ ପରେ ଲକ୍ଷଣ ଦେଖା ଦେଉଥିବାରୁ ଲୋକମାନେ ଏହାକୁ ହାଲକା ମଣୁଥିବାରୁ ସେମାନଙ୍କୁ ଘରପାଖ ଲୋକେ ଏହାକୁ ବିରୋଧ କରୁଛନ୍ତି । କେତେକ ଡରରେ ରେଜିଷ୍ଟେସନ କରୁନଥିବାରୁ ଗ୍ରାମାଂଚଳରେ ଉତ୍ତେଜନା ବୃଦ୍ଧି ପାଉଛି । ତେଣୁ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ସେମାନଙ୍କୁ ଠାବ କରି ରେଜିଷ୍ଟ୍ରେସନ କରାଇବାକୁ ସାଧାରଣରେ ଦାବି ହେଉଛିି । ଘଟଣାରୁ ପ୍ରକାଶ ଜଳେଶ୍ୱରର ଝାଡେଶ୍ୱରପୁରର ଜନୈକ ଯୁବକକୁ ଏତ୍‌ରୁ କିଛିଦିନ ତଳେ ଆସିଥିଲେ ମଧ୍ୟ ଅଦ୍ୟାବଧି ନାମ ପଂଜିକରଣ କରୁନଥିବା ଯୋଗୁଁ କେତେକ ବ୍ୟକ୍ତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ମୁମ୍ବାଇରୁ ଶ୍ରୀରାମପୁର, ପଂଚୁଘଣ୍ଟା ଓ ଅନ୍ୟ ରାଜ୍ୟରୁ ରୁପାଦୀଘୀ, ପଶ୍ଚିମବାର୍ଡ଼, କେନ୍ଦୁଖୁଣ୍ଟା ଇତ୍ୟାଦି ଗାଁକୁ ବ୍ୟକ୍ତିମାନେ ଘରବାହୁଡା ହୋଇଥିଲେ ମଧ୍ୟ ସେମାନେ ଏ ଯାଏଁ ପଞ୍ଜିକୃତ ହୋଇନାହାନ୍ତି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗକୁ ଓଡିଶାକୁ ଆସୁଥିବା ବ୍ୟକ୍ତିଙ୍କ ଲାଗି ଉପାନ୍ତରେ ଏକ ଥର୍ମାଲ ସ୍କେନିଂ ସେଣ୍ଟାର ଖୋଲାଯାଇଥିବା ସଂପର୍କରେ ସ୍ୱାସ୍ଥ୍ୟବିଭାଗ ପକ୍ଷର ଡ. ପ୍ରଭାସ ଚନ୍ଦ୍ର ନାୟକ ସାମ୍ବାଦିକ ମାନଙ୍କୁ କହିଛନ୍ତି । ଲକ୍ଷ୍ମଣନାଥଠାରେ ଜଣେ ଡାକ୍ତର, ପୋଲିସ୍ ଓ ଏଟେଣ୍ଡେଣ୍ଟ ରହି ଥର୍ମାଲ ଟେଷ୍ଟି କରାଯାଉଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା