ଉଦ୍ଧାର କରିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିବେଦନ କଲେ କର୍ଣ୍ଣାଟକରେ ଫସି ରହିଥିବା ୨୦ ଦାଦନ ଶ୍ରମିକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ଲକ୍ ଡାଉନ ଫଳରେ ଗତ କିଛିିଦିନ ଧରି ବାଳେଶ୍ୱର ଜିଲାର ରାଇବଣିଆ ଥାନାର ୨୦ଜଣ ଦାଦନ ଶ୍ରମିକ କର୍ଣ୍ଣାଟକର ଉତ୍ତର କର୍ଣ୍ଣଡ ଜିଲାରେ ଅଟକି ରହିଛନ୍ତି । ସହର ତଳି ଅଂଚଳ ଏକ ନିଛାଟିଆ ସ୍ଥାନରେ ପଲିଥିନ ତଳେ କାଳାତିପାତ କରୁଥିବା ବେଳେ ଖାଦ୍ୟ ଓ ପାଣି ଅଭାବରେ ଅତି ଜୟନୀୟ ଜୀବନ ଯାପନ କରୁଥିବାର ସେମାନେ ଲିଖିତ ଭାବେ ଜଣାଇଛନ୍ତି । ଅତିଶ୍ରୀଘ୍ର ପରିବାରବର୍ଗଙ୍କ ନିକଟକୁ ଫେରି ଆସିବାର ସୁବନ୍ଦୋବସ୍ତ କରିବାକୁ ସେମାନେ ବାଲେଶ୍ୱର ଜିଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନା ଖୁଆଡ ପଂଚାୟତର ପୁରୁଣାପାଣି ଓ ହରିଣାବନ୍ଧ ଗାଁର ୨୦ଜଣ ଅଭିମନ୍ୟୁ ଗାନ୍ଧି, ଚନ୍ଦନ ଜେନା, ରଘୁ ସିଂ, ଝାଡେଶ୍ୱର ମାହନ୍ତଙ୍କ ନେତୃତ୍ୱରେ ସେମାନେ ଗତ କିଛିମାସ ଧରି କର୍ଣ୍ଣଟକର ଉତ୍ତର କର୍ଣ୍ଣଡ ଜିଲା ଓ ଭଟକଲ ତହସିଲର ଭଂଗାରମୁଖୀ କୃସସ୍ଥିତ ଆଇଆର୍‌ବି ପ୍ଲଣ୍ଟରେ କାର୍ଯ୍ୟକରି ଆସୁଥିଲେ । କିନ୍ତୁ କରେନା ସଂପର୍କରେ ଲକ୍‌ଡାଉନ୍ ଘଟଣା ସେମାନଙ୍କୁ ଜଣାନଥିଲା । ଏ ସଂପର୍କରେ ଜାଣିବା ପରେ ସେମାନେ ରେଳ ଟିକଟ ଲାଗି ବ୍ୟସ୍ତ ଥିବା ବେଳେ କରୋନାର ଭୟାବହତ ଓ ଟ୍ରେନ୍ ଚଳାଚଳ ବନ୍ଦ ଖବର ପାଇଥିଲେ । ଗତ ୨୨ ତାରିଖରୁ ସେଠାରେ ଅଠକିଥିବା ବେଳେ ଏବେ ସେମାନଙ୍କ ଠାରେ ଅର୍ଥ ନ ଥିବାରୁ ଘରକୁ ଫେରିବା, ଖାଦ୍ୟ ପାଇଁ ଖର୍ଚ୍ଚ କରିବା ଅସମ୍ଭବ ହୋଇଛି । କମ୍ପାୀରେ କାମ ବନ୍ଦ ଥିବାରୁ ସେମାନଙ୍କୁ ଆର୍ଥୀକ ସମହାୟତ ମଧ୍ୟ ମିଳିପାରିନାହିଁ । ତାଙ୍କ ଗାଁ ପୁରୁଣାପାଣି ଅଧିବାସୀ ତଥା ଜଳେଶ୍ୱର ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତପନ ଦାସ ଆଜି ଏ ସଂପର୍କରେ ବାଲେଶ୍ୱର ଜିଲାପାଳ, ଏହି ଦାହିତ୍ୱରେ ଥିବା ରାଜ୍ୟ ଅଫିସର ସିବାଜି ଚୋପ୍ରା ଓ ଅମିତାଭ ଠାକୁରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ ପରିବାରବର୍ଗ ଅରାନ୍ଧ ଅବାଢ ଭାବେ କାଳତିପାତ କରୁଥିବାରୁ ଏପରି ଏକ ସମବେଦନଶୀଳ ଘଟଣାରେ ଜିଲାପାଳ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା