ବିଡ଼ିପୁରରେ କରୋନା ପରୀକ୍ଷା ପାଇଁ ସଚେତନତା…

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଅନ୍ତର୍ଗତ ବିଡିପୁର ପଞ୍ଚାୟତରେ କୋରନା ପରୀକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ସରପଞ୍ଚ କୃଷ୍ଣ ଚନ୍ଦ୍ର ରଥ, ଓ.ଏସ.ଡି, ସମିତିସଭ୍ୟ ଅମୀର କୁମାର ସ୍ୱାଇଁ, ପିଇଓ ପ୍ରଦୀପ ପ୍ରଧାନ, ସରୋଜ କୁମାର ନାୟକ, ପ୍ରମୁଖ କୋରନା ପରୀକ୍ଷା ପାଇଁ ସଚେତନତା କରାଇଥିଲେ । ବଣିକ ସଂଘ ସଭାପତି ବଂଶୀ ଧର ବାରିକ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀମାନେ ଯୋଗ ଦେଇଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ଆଗ ହାଇସ୍କୁଲରେ ମଙ୍ଗଳବାର ସକାଳ ୮.୩୦ ମିନଟ ଠାରୁ ପରୀକ୍ଷା କରାଯିବ । ଜ୍ୱର, ଖାସ, କଫ ହେଉଥିବା ବ୍ୟକ୍ତିମାନେ ପରୀକ୍ଷା କରିବା ପାଇଁ ନିବେଦନ କରିଥିଲେ । ରୋଗକୁ ଭୟ ନ କରି, ଯଦି ପଜିଟିଭ୍ ଆସେ ବିଡିପୁର କୋଭିଡ ଚିକିତ୍ସାରେ ହିଁ ଚିକିତ୍ସିତ କରାଯିବ ବୋଲି କୁହାଯାଇଥିଲା ।

ରିପୋର୍ଟ : ନିଲୁ ବିଷୋୟୀ