କ୍ରାନ୍ତି ଦିବସରେ ବିଜେପିର ବୃକ୍ଷରୋପଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ରବିବାର କ୍ରାନ୍ତି ଦିବସ ଉପଲକ୍ଷେ ବିଜେପି ପକ୍ଷରୁ ଜଳେଶ୍ୱର ଥାନା ସମ୍ମୁଖରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଥାନା ଆଇଆଇସି ଧନେଶ୍ୱର ସାହୁ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ଯୁବମୋର୍ଚ୍ଚା ସଭାପତି ରବିନ୍ଦ୍ର ନାଥ ପାତ୍ରଙ୍କ ନେତୃତ୍ୱରେ ରେଜାବୁଲ ଖାଁ, ସୁବ୍ରତ ଘୋଷ, ହରିଶଂକର ଗିରି, ସୌରୀ ଶଂକର ରଣା, ସେକ୍ ସୁଲତାନ, ମନୋଜ କୁମାର ଧଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା