ବିଜୟ ମହାପାତ୍ରଙ୍କ ଲକ୍ଷ ଥିଲା ଶିକ୍ଷାର ବିକାଶ ଓ ସମାଜସେବା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ବିଜୟ ମହାପାତ୍ରଙ୍କର ଆଜି ଏକା ଦଶାୟ ଶ୍ରଦ୍ଧାଞ୍ଜଳି ଉତ୍ସବରେ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ଚରଣ ପାତ୍ର ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ବିପିନ ବିହାରୀ ବିଶ୍ୱାଳ, ଶରତ କୁମାର ପରିଡା, ଡ. ପ୍ରଫୁଲ୍ଲ କୁମାର ଦେ, ଡ. ନବକୃଷ୍ଣ ଦେ, କାର୍ତ୍ତିକ ଚନ୍ଦ୍ର ଦାସ ପ୍ରମୁଖ ସ୍ୱର୍ଗତ ବିଜୟ ମହାପାତ୍ର ଜଣେ ଅନୁଷ୍ଠାନ ପ୍ରେମୀ, ଛାତ୍ରବତ୍ସଳ, ଶିକ୍ଷାବିତ୍ ଓ ସମାଜସେବୀ ଥିଲେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାସ ଚନ୍ଦ୍ର ପରିଡା, ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ୱର ପାତ୍ର, ଭୋଗରାଇ ବିଧାୟକ ଅନନ୍ତ ଦାସ, ଖୋର୍ଦ୍ଦ ବିଧାୟ ଜ୍ୟୋତିନ୍ଦ୍ର ନାଥ ମିତ୍ର, ରୋଟାରିଆନ୍ ମିହିର ନାୟକ, ଆଲୋକ କୁମାର ସାହୁ, ପ୍ରାଧ୍ୟାପକ ରାଧାଗୋବିନ୍ଦ କାନୁନଗୋ, ଜୟନ୍ତ ପ୍ରଧାନ, ଜ୍ଞାନେଶ ଚନ୍ଦ୍ର ପାତ୍ର, ଶ୍ୟାମଳେନ୍ଦୁ ଦାସ, ସମୀର ମହାପାତ୍ର ଶୋକବାର୍ତ୍ତା ପଠାଇଛନ୍ତି ।