ଛତ୍ରପୁର କମ୍ୟୁନିଷ୍ଟ ପାର୍ଟିର ବର୍ଷୀୟାନ ନେତା ତାରିଣି ଚରଣ ଶତପଥୀଙ୍କ ଦେହାନ୍ତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିକଟସ୍ଥ ସାମନ୍ତରାପୁର ଗ୍ରାମର ରାଧା କୃଷ୍ଣ ସେବା ସମବାୟ ସମିତିର ସଂପାଦକ ତଥା କମୁନିଷ୍ଟ ପାର୍ଟିର ବର୍ଷୀୟାନ ନେତା ତାରିଣି ଚରଣ ଶତପଥୀ (୭୨)ଙ୍କ ତାଙ୍କ ବାସଭବନରେ ଆଜି ଦେହାନ୍ତ ଘଟିଛି । ଦେହାନ୍ତ ବେଳେ ତାଙ୍କ ଦୁଇ ପୁତ୍ର ସୀତାରାମ ଶତପଥୀ ଓ ଗୌରିଶଙ୍କର ଶତପଥୀ ସହ ଝିଅ ଜ୍ୱାଇଁ ସହ ଏବଂ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ଖବର ପ୍ରଚାରିତ ହେବା ପରେ ପୁର୍ବତନ ବିଧାୟକ ନାରାୟଣ ରେଡି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ଦୁଃଖଦ କାର୍ଯ୍ୟରେ କମୁନିଷ୍ଟ ପାର୍ଟିର ଜିଲ୍ଲା ସଂପାଦକ ନୀଳକଣ୍ଠ ଦାସ, ଯୁବନେତା ଚିଙ୍କରା ବେହେରା, କଣମଣା ସରପଞ୍ଚ ଚକରା ରେଡି, ଭିକାରିପଲ୍ଲୀ ପୂର୍ବତନ ସରପଞ୍ଚ ମଥୁରା ଚରଣ ସୁବୁଦ୍ଧି, ଦୂର୍ଯ୍ୟୋଧନ ପ୍ରଧାନ ଓ ଲିଙ୍ଗରାଜ ପାତ୍ର, ଏବଂ ବିଭିନ୍ନ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶୋକ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା