ବିଜୟରୁ ଅଭିଯାନ ଆରମ୍ଭ କଲା ୟୁନାଇଟେଡ଼ ଏଫସି ଗଣ୍ଡରପୁର

ନିମାପଡ଼ା(ସମୃଦ୍ଧଓଡିଶା)୯ମ ପଦ୍ମଚରଣ ସାମନ୍ତ ସିଂହାର ସ୍ମାରକୀ ଅଲ ଓଡିଶା ଫୁଟବଲ ଟୁର୍ନାମେଣ୍ଟ ଆଜି ଅପରାହ୍ନ ୩ଘଟିକା ସମୟରେ ବାରବାଟୀ ମିନି ଷ୍ଟାଡିଅମ ଠାରେ ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଜଗତ ପ୍ରସାଦ ସାବୁତଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ପ୍ରଥମ କ୍ଵାଟର ଫାଇନାଲ ମ୍ୟାଚରେ ୟୁନାଇଟେଡ଼ ଏଫସି ଗଣ୍ଡରପୁର ଭୁବନେଶ୍ୱର ବନାମ ଉତ୍କଳ ସ୍ପୋର୍ଟିଂ ଏଫସି ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମାର୍ଦ୍ଧ ଖେଳର ୧୩ ଓ ୩୬ମି.ସମୟରେ ୟୁନାଇଟେଡ଼ ଏଫସି ଗଣ୍ଡରପୁର ଖେଳାଳି ଦେବାଶିଷ ରାଉତ (୧୨) ଏବଂ ସୁନୀଲ ସୋରେନ (୯ ) ୨ଟି ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ l ଦ୍ଵିତୀୟାର୍ଦ୍ଧ ଖେଳର ୨୫ ଓ ୩୬ ମି. ରେ ୟୁନାଇଟେଡ଼ ଏଫସି ଗଣ୍ଡରପୁର ଖେଳାଳି ବବୁଲ ରାଉତ (୬) ଏବଂ ଚନ୍ଦନ ନାୟକ(୮) ୨ଟି ଗୋଲ ଦେଇ ଦଳକୁ ୪ – 0 ରେ ଅଗ୍ରଣୀ କରାଇଥିଲେ l ଆଜିର ମ୍ୟାଚରେ ଉତ୍କଳ ସ୍ପୋର୍ଟିଂ ଏଫସି ଜଟଣୀକୁ 0-୪ ଗୋଲରେ ହରାଇ ୟୁନାଇଟେଡ଼ ଏଫସି ଗଣ୍ଡରପୁର ଭୁବନେଶ୍ୱର ସେମିଫାଇନାଲରେ ପ୍ରବେଶ କରିଛି l ୟୁନାଇଟେଡ଼ ଏଫସି ଗଣ୍ଡରପୁର ଖେଳାଳି ଚନ୍ଦନ ନାୟକ ଶ୍ରେଷ୍ଠ ଖେଳାଳି ଭାବେ ସନ୍ନମାନୀତ ଅତିଥି ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର ଭୋଇଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l ବିଜୟ କୁମାର ମଙ୍ଗରାଜ ମ୍ୟାଚ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ରାଜେନ୍ଦ୍ର କୁମାର ବାରିକ, ସୋନି କୁମାର ଦାଶ ଏବଂ ସୁଶାନ୍ତ କୁମାର ରାଉତରାୟ l ଆଥେଲେଟିକ ଆସୋସିଏସନ ସଭାପତି ତଥା ବିଧାୟକ ସମୀର ଦାସ ଉପସଭାପତି ଦୋଳଗୋବିନ୍ଦ ସେଠୀ, ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ବିଶ୍ୱଜିତି ମଲ୍ଲିକ, ପ୍ରକାଶ ବରାଳ, ଜିତେଶ କାନୁନଗୋ, ଜ୍ୟୋତିରଞ୍ଜନ ସାହୁ ଏବଂ କ୍ରୀଡା ଶିକ୍ଷକ ରଂଜିତ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

ରିପୋର୍ଟ : ରଜତ ମହାପାତ୍ର