ବିଜେପି ସ୍ୱାସ୍ଥ୍ୟସେଲ ସଭାପତିଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବାହାନଗା ନିକଟରେ ହୃଦୟ ବିଦାରକ ଟ୍ରେନ ଦୃଘଟଣାରେ ମୃତ୍ୟୁବରଣ କରିଥିବା ଓ ଆହତ ହୋଇଥିବା ଯାତ୍ରୀଙ୍କୁ ସେବା ଯୋଗାଇଦେବା ନିମନ୍ତେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେଲ ସଭାପତି ରାଜୀବ କୁମାର ମିଶ୍ର ଏକ ଆମ୍ବୁଲାନ୍ସ ନେଇ ବାହନଗାରେ ପହଞ୍ଚି ଆହତଙ୍କ ସେବା କରିଥିଲେ । ସେଥିପାଇଁ ଭାରତୀୟ ଜନତା ପାର୍ଟିର ନେତା ତଥା ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀଧର୍ମେନ୍ଦ୍ର ପ୍ରଧାନ, ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବହୁ କାର୍ଯ୍ୟକର୍ତ୍ତା ଘଟଣାସ୍ଥଳରେ ରହି ସେବା କାର୍ଯ୍ୟକୁ ତ୍ବରାନ୍ବିତ କରିଥିବାରୁ ସେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗତକାଲି ସନ୍ଧ୍ୟାରେ ସେ ବ୍ରହ୍ମପୁର ଫେରିଥିବାରୁ ଲାଞ୍ଜିପୁଲି ବାଇପାସ ଛକରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାରେ ବିଜେପିର ନେତା ଓ କର୍ମକର୍ତ୍ତାମାନେ। ବ୍ରହ୍ମପୁରରୁ ନିମାଇ ଚରଣ ପଣ୍ଡାଙ୍କ ରିପୋର୍ଟ ।