ଡି ଏଲ୍ ଥାଇ ମଧ୍ୟ ଫାଇନ : ନିନ୍ଦିତ ହେବେ ସରକାର

ସୋରଡା (ସମୃଦ୍ଧ ଓଡିଶା) ସୋରଡା ସହରର କବିରାଜ ସାହିର ଏମ ସୁନୀଲ କୁମାର ଆଚାରୀ ନାମକ ଜନୈକ ବ୍ୟକ୍ତିଙ୍କ ନିଜ କାର ( ଓଡ଼ି୧୦ବି୫୨୭୭) ଧରି ୩୦/୦୫/୨୦୨୩ ରେ ତାଙ୍କ ବ୍ୟକ୍ତିଗତ କାମରେ ରାୟଗଡା ଯାଇଥିଲେ । ଯାଉଥିବା ରାସ୍ତାରେ ଥିବା ପିଚୁଡିଠାରେ ଗାଡି ସ୍ପିଡ଼ ଚାଲଣ ପାଇଁ ୨୦୦୦ ଓ ବିନା ଡ଼ିଏଲ ପାଇଁ ୫୦୦୦ ଟଙ୍କା ମୋଟୋ ୭୦୦୦ ଟଙ୍କା ଚାଲାଣ ନମ୍ବର ଓଆର ୧୬ ୭୯୨୫୨୩୦୫୩୦୧୨୨୨୩୮ ରେ କଟିଥିଲା କିନ୍ତୁ ସେ ଏହା ଜାଣିପାରିନଥିଲେ । ସୋରଡା ଆସିବା ପରେ ଗତକାଲି ତାଙ୍କ ରାୟଗଡା ଆରଟିଓଙ୍କ ତରଫରୁ ମୋବାଇଲକୁ ମେସେଜ ଆସିଥିଲା ଯେ ତୁରନ୍ତ ଟଙ୍କା ପଇଠ କରି । ତେବେ ସୁନୀଲ ଅଭିଯୋଗ କରିଛନ୍ତି ଯେ ମୋତେ କେଉଁଠି ମଧ୍ୟ କିଏ ଅଟକାଇ ଯାଞ୍ଚ ଚେକ କରିନାହାନ୍ତି । ଆଉ ମଧ୍ୟ ସ୍ପିଡ ପାଇଁ ଫାଇନ ପଡିବା ଅଲଗା କଥା କିନ୍ତୁ ଡ଼ିଏଲ ନ ଥିବା ନେଇ ୫୦୦୦ଟଙ୍କା ଫାଇନ ଅଜବ କଥା । ତାଙ୍କର ତ ଡ଼ିଏଲ ଓଆର ୦୭ ୨୦୦୯୦୨୩୭୩୦୪ ଯାହାର ୨୪/୧୧/୨୦୨୯ ପର୍ଯ୍ୟନ୍ତ ବୈଧ ଅଛି । ତେଣୁ ସେ ଏଥିପାଇଁ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ପରିବହନ ବିଭାଗକୁ ଫାଇନ ଅର୍ଥ କୁ ରଦ୍ଧ କରିବାକୁ ଅନୁରୋଧ କରିଛନ୍ତି ବୋଲି ଜଣାଇଛନ୍ତି । ଏମିତି ମିଥ୍ୟା ଫାଇନ ଆଦାୟ କଲେ ସରକାର ସାଧାରଣରେ ନିନ୍ଦିତ ହେବେ ବୋଲି ଅଭିଯୋଗ କରିଛନ୍ତି ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ