ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଦେହାନ୍ତ…

ବୁଗୁଡା () ଗଂଜାମ ଜିଲ୍ଲାର ବୁଗୁଡା ନଗର ବିଜେପି ଯୁବ ମୋର୍ଚ୍ଚା ସଭାପତି ଶିବ ପ୍ରସାଦ ବିଷୋୟୀ(କାପୁନ)ଙ୍କ ଶନିବାର ରାତ୍ରରେ ଦେହାନ୍ତ ହୋଇଯାଇଛି । ବୁଗୁଡା ଷ୍ଟେଟ ବ୍ୟାଙ୍କ ନିକଟ ବ୍ରହ୍ମାନନ୍ଦ ବିଷୋୟୀଙ୍କ ୨୯ ବର୍ଷ ବୟସ୍କ ଏକମାତ୍ର ପୁତ୍ର ଶିବ ପ୍ରସାଦ କିଛିଦିନ ହେବ ଜ୍ଵରରେ ପଡିତ ଥିଲେ । ଗତକାଲି ରାତ୍ରରେ ଭିଷଣ ଭାବେ ଜ୍ୱର ହେବା ଯୋଗୁଁ ଶିବ ପ୍ରସାଦଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇ ଥିଲେ ବି ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଶିବ ପ୍ରସାଦ ଜଣେ ଉତ୍ତମ ସଂଗଠକ ଥିବା ବେଳେ ବୁଗୁଡା ଅଞ୍ଚଳର ବିଜେପି ଯୁବ ମୋର୍ଚ୍ଚାର ଜଣେ ଆଗ ଧାଡ଼ିର ନେତା ଥିଲେ । ସେ ଜଣେ ମେଳାପୀ ଓ ମିଷ୍ଟଭାଷୀ ହୋଇଥିବା ଯୋଗୁଁ ସମସ୍ତଙ୍କର ପ୍ରିୟପାତ୍ର ହୋଲପାରିଥିଲେ । ଗତ ରାତ୍ରରେ ଶବ ସଂସ୍କାର ହୋଇଥିବା ବେଳେ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା