ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତ ଭଣ୍ଡାରକୁ ରକ୍ତଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଶ୍ୱରେ କୋରନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜୋରଦାର ଲଢେଇ ଚାଲିଥିବା ବେଳେ ଦେଶରେ ଓ ରାଜ୍ୟରେ ଏଥିପାଇଁ ଲକଡାଉନ ଜାରି ରହିଛି । ଫଳରେ ଚାରିଆଡେ ଶୂନଶାନ ହୋଇଯାଇଛି । କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ରକ୍ତର ଅଭାବ ଦେଖାଦେଇଛି । ଏପରିକି ବ୍ରହ୍ମପୁର ରକ୍ତ ଭଣ୍ଡାରରେ ନିକଟରେ ରକ୍ତ ନ ଥିବାରୁ ଜଣେ ରୋଗୀ ହସ୍ତସନ୍ତ ହୋଇଯାଇଥିଲା । ସେଥିପାଇଁ ସ୍ୱେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳ ମାନେ ସଂଗଠିତ ହୋଇ ରକ୍ତ ସଂଗ୍ରହ କରିବାରେ ଲାଗି ପଡିଛନ୍ତି । ଗତ ରବିବାର ଦିନ ଠାରୁ ଜୀବନ ବିନ୍ଦୁ ରକ୍ତଦାନ ଭ୍ରାମ୍ୟମାଣ ଶିବିରରେ ଜିଲ୍ଲାପାଳ ପ୍ରଥମେ ରକ୍ତ ଦାନ କରିବା ପରେ ସେହିଦିନଠୁ ସେହି ଗାଡି ଜିଲ୍ଲର ବିଭିନ୍ନ ଅଂଚଳ ବୁଲି ରକ୍ତ ସଂଗ୍ରହ କରୁଛି । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମଧ୍ୟ ରକ୍ତ ଭଣ୍ଡାରକୁ ରକ୍ତଦାନ କରିଥିଲେ । ରକ୍ତ ଅଭାବ ଦୂରୀକରଣ ପାଇଁ ବିଜେପି ମଧ୍ୟ ଅଣ୍ଟା ଭିଡିଥିବା ବେଳେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧକ୍ଷା ଶ୍ରୀମତି ପୁନମ ମହାଜନ ରକ୍ତ ଦାନ ଉପରେ ଗୁରୁତ୍ୱ ପ୍ରଦାନ କରି ତାଙ୍କ କର୍ମୀ ମାନଙ୍କୁ ରକ୍ତଦାନ ପାଇଁ ଆହ୍ୱାନ ଦେଇଥିବା ଜଣାପଡିଛି । ସେଇଥିପାଇଁ ଗତକାଲି ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜମ ଜିଲ୍ଲା ସଭାପତି ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୃତ୍ୱରେ ବ୍ରହ୍ମପୁର ରକ୍ତ ଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ଏନ. ରାଜେନ୍ଦ୍ର କୁମାର, ଆସ୍କା ରୋଡ଼ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ମଧୁସୁଦନ ସାହୁ, ଉପସଭାପତି କମଳ ପାତ୍ର, ନରସିଂହ ସାହୁ, ବିବେକାନନ୍ଦ ପଣ୍ଡା ପ୍ରମୁଖ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କିରଣ କୁମାର ସାହୁ ଓ ରବୀନ କୁମାର ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା