ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀଙ୍କୁ ପୋଲିସର ଅସଦାଚରଣ ଅଭିଯୋଗ !

ଭୁବନେଶ୍ୱର ( ଆକାଶ ମିଶ୍ର ): ନବୀନ ନିବାସ ଅାଗରେ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ମହିଳା ମୋର୍ଚ୍ଚାର କର୍ମୀ ଓ ନେତ୍ରୀଙ୍କୁ ପୁଲିସ ରାଜମହଲ ଛକରେ ଅଟକାଇଥିବା ବେଳେ କିଛି ନେତ୍ରୀ ଅଲଗା ରାସ୍ତାରେ ଯାଇ ନବୀନ ନିବାସ ପାଖରେ ପହଁଞ୍ଚିଯାଇଥିଲେ।ତେବେ ସେଠାରେ ମୁତୟନ ପୁରଷ ପୁଲିସ ମହିଳା ନେତ୍ରୀଙ୍କୁ ଅଟକାଇବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଦୁଇ ତିନୋଟି ଗ୍ରୁପରେ ଅାସିଥିବା ମାତ୍ର ହାତ ଗଣତି କିଛି ନେତ୍ରୀ ନବୀନ ନିବାସ ଅାଗରେ ପୁଲିସକୁ ନାକେଦମ କରିଦେଇଥିଲେ।ପର୍ଯ୍ୟାପ୍ତ ମହିଳା ପୁଲିସ ନଥିବାରୁ ପୁରୁଷ ପୁଲିସ କିଛି ନେତ୍ରୀଙ୍କୁ ଜୋର ଜବରଦସ୍ତ ଗିରଫ କରିବା ବେଳେ ଅସଦାଚରଣ କରିଥିଲେ ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି।