ପାର୍ବଣ ପାଇଁ ପୋଲିସ ତତ୍ପର : କ୍ୟୁଏଟି ର ମଦ ଆଡ୍ଡା ରେ ଚଢ଼ାଉ

ଭୁବନେଶ୍ୱର (  ଆକାଶ ମିଶ୍ର ) : ନୂତନ କ୍ୟୁଏଟି ମୁଖ୍ୟ ଭାବେ ଶୁଭେନ୍ଦୁ ସାହୁ କାର୍ଯ୍ୟରେ ଯୋଗ ଦେବା ପରେ ଟିମ ପକ୍ଷରୁ ପ୍ରଥମ ଥର ପାଇଁ ମଞ୍ଚେଶ୍ୱର ଅଞ୍ଚଳରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ୧୮୬ ବୋତଲ ବିଦେଶୀ ମଦ ଓ ୧୮ ହଜାର ଟଙ୍କା ଜବତ କରାଯାଇଛି । ଚୋରା ମଦ ବେପାର ରେ ସମ୍ପୃକ୍ତି ଅଭିଯୋଗ ରେ ୬ ଜଣଙ୍କୁ ମଧ୍ୟ ଗିରଫ କରିଛି କ୍ୟୁଏଟି । ସେହିପରି ଆଗକୁ ଦୁର୍ଗାପୂଜା କୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରାଯିବା ସହ ୫୩ଜଣ ପେଶାଦାର ଅପରାଧୀ ମାନଙ୍କୁ ୧୧୦ ରେ ବୁକ କରାଯାଇଛି । ସେହିପରି ଅନେକ ୱାରେଣ୍ଟି ଙ୍କୁ ମଧ୍ୟ ଗିରଫ କରାଯାଇଛି । ଖୁବଶୀଘ୍ର ଟୁଇନ ସିଟି ରେ ଏହି ଗିରଫ ଧାରା ଜାରି ରହିବା ସହ ନିଶାଡୀ ଓ ଅପରାଧୀ ଙ୍କୁ ସାବାଡ଼ କରାଯିବ ବୋଲି ସୂଚନା ମିଳିଛି ।