ବିଜେପି ପ୍ରଶିକ୍ଷଣ ସେଲ ପକ୍ଷରୁ ବୃକ୍ଷ ରୋପଣ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେପି ପ୍ରଶିକ୍ଷଣ ସେଲ ତରଫରୁ ଧଉଳି ଗ୍ରାମ ପଂଚାୟତ ସ୍ଥିତ ତୋଷାଳୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଚତୁର୍ପାଶ୍ୱରେ ଉନ୍ନତ ମାନର ବୃକ୍ଷ ରୋପଣ କରାଯାଇଛି l ରୋପଣ କରା ଯାଇଥିବା ବୃକ୍ଷ ପରବର୍ତୀ ସମୟରେ ବିଦ୍ୟାଳୟର ଆର୍ଥିକ ଅଭିବୃଦ୍ଧି କରାଇବ ବୋଲି ପ୍ରଶିକ୍ଷଣ ସେଲ ଅଧକ୍ଷ ଶ୍ରୀ ରବି ମହାରଣା କହିଛନ୍ତି ଓ ଉକ୍ତ ବୃକ୍ଷକୁ ରକ୍ଷଣା ବେକ୍ଷଣ କରିବା ଲାଗି ଏକତା ଟ୍ରଷ୍ଟ ତରଫରୁ ବିଦ୍ୟାଳୟ ପରିଚାଳନା କମିଟିକୁ ଚଳିତ ବର୍ଷ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି I ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦିପ୍ତୀରେଖା ପଟ୍ଟନାୟକ ଏହି ରାଶି ପ୍ରଦାନ କରି ବୃକ୍ଷ ଗୁଡିକର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଜେପି ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ଉପ ସଭାପତି ରାଜେନ୍ଦ୍ର ଦାସ, ମଧ୍ୟ ଭୁବନେଶ୍ୱର ବିଧାୟକ ପାର୍ଥି ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ସମେତ ପ୍ରଶିକ୍ଷଣ ସେଲ ସଦ୍ୟସ ରାଜନୀବାଳା ଦାସ, ତୁଳସୀ ବିଶୋଇ, ସସ୍ମିତା ପରିଡା, ଦିବ୍ୟ ଭାରତୀ ଜେନା, ବିଶ୍ୱ ପ୍ରଭା ପୃଷ୍ଟି, ଅନିତା ପୋହି, ବବିତା ଜେନା, ରଶ୍ମିତା ପଣ୍ଡା, ଅଭୟ ପ୍ରଧାନ, ଅଜୟ ସ୍ୱାଇଁ, ଜୟ ଲକ୍ଷ୍ମୀ ମଲ୍ଲିକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସ୍କୁଲ ସଭାପତି ଉପସ୍ଥିତ ଥିଲେ l

ରିପୋର୍ଟ : ରଜତ କୁମାର ମହାପାତ୍ର