ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ ମୂରଲୀ କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ନେତା ଆଦିତ୍ୟ ନାରାୟଣ ପାତ୍ରଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ବିଜେପିର ମ୍ୟୁନିସିପାଲଟିରେ ଥିବା ବୁଥିସ୍ତରୀୟ ସମ୍ପର୍କକୁ ମଜବୁତ୍ କରିବା ନିମନ୍ତେ ଉପସ୍ଥିତ ସଦସ୍ୟମାନଙ୍କୁ ସପଥପାଠ କରାଯାଇଥିଲା । ଜଳେଶ୍ୱର ପୌରପରିଷଦର ବିଜେପି ସଦସ୍ୟତା ସଂଖ୍ୟା ୬ହଜାର କରିବା ପାଇଁ ଲକ୍ଷଧାର୍ଯ୍ୟ କରାଯାଇ କର୍ମୀମାନଙ୍କୁ ସଦସ୍ୟତା ପ୍ରମୁଖ ଫାଲ୍ଗୁନୀ ପାଣିଗ୍ରାହୀ ଅହ୍ୱାନ ଜଣାଇଥିଲେ । ଉକ୍ତ କର୍ମଶାଳାରେ ପୂର୍ବତନ କାଉନ୍ସିଲର ଅନନ୍ତ କୁମାର ଦାସ, ଇଂ ମୁନିନ୍ଦ୍ର ସୁନ୍ଦର ଦାସ, ଜିଲା ଯୁବମୋର୍ଚ୍ଚା ସଂପାଦକ ମାନସ କୁମାର ପାଠୀ, ମିଡିଆ ପଭାରୀ ସୁବ୍ରତ ଘୋଷ, କୁଞ୍ଜବିହାରୀ ଦେ, ବିଣାପାଣି ପରିଡା, ବିଦ୍ୟୁତ୍ପ୍ରଭା ପଣ୍ଡା, ସ୍ୱାଧାଦେବୀ ଭଂଜ, ରବିନ୍ଦ୍ର ପାତ୍ର, ନନ୍ଦନ ଦତ୍ତ, ବିକାଶ ଧର, ଶାନ୍ତିଭୂଷଣ ପାଣ୍ଡେ, ସମରେନ୍ଦ୍ର ପଣ୍ଡା, ଶିବନାରାୟଣ ଦାସ, ସୁଜୟ ଗିରି ପ୍ରମୁଖ ଯୋଗ ଦେଇ ସଦସ୍ୟତା ଅଭିଯାନକୁ ସଫଳ କରିବାପାଇଁ ଆହ୍ୱାନ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାଜପାର ସପ୍ନେସ୍ୱର ମଣ୍ଡଳର ସଭାପତି ସପନ ବିଶ୍ୱାଳ ଓ ଯୁବନେତା ସିଦ୍ଧାର୍ଥ ଶଂକର ପାଳ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ ।

ରିପୋର୍ଟ : ଭୁପିତ କୁମାର ପରିଡା