ନୂଆବଜାର ରେଳ ଓଭରବ୍ରିଜ୍ ନିର୍ମାଣରେ ବ୍ୟାପକ ଦୁର୍ନିତୀ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରକୁ ପଶ୍ଚିମବଙ୍ଗ ଓ ଭୋଗରାଇ ପଟୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ନୂଆବଜାର ଠାରେ ପ୍ରାୟ ୩୬ କୋଟି ଟଙ୍କା ବିନିମୟରେ ଏକ ରେଳ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏଥିନିମନ୍ତେ ୧୩ଟି ପିଲର ଓ ୨୬ଟି ସ୍ପାନ ରହିବା ପାଇଁ ପୁର୍ତ୍ତ ବିଭାଗ ପକ୍ଷରୁ ଏଷ୍ଟିମେଟ୍ ହୋଇଥିଲେ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଠିକଦାର ସମସ୍ତ ପ୍ରକାରର ବୈଷୟିକ ଦିଗ ପ୍ରତି ଆଖି ବୁଜି ଦେଇଛି । ପୁନଶ୍ଚ ଏହି ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ସିମେଣ୍ଟ, ବାଲି ଓ ମେଟାଲ ଚିପ୍ସର ମାନ ନିମ୍ନମାନର ହୋଇଥିବାରୁ କେତେବେଳେ ଦୁର୍ଘଟଣା ଘଟିବା ତାହା କହିବା ମୁସ୍କିଲ । ଏହି ନିମ୍ନମାନର ଅଭିଯୋଗ ସଂପର୍କରେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯିବା ପରେ ବାଲେଶ୍ୱର ସ୍ଥିତ ଅଧିକ୍ଷଣ ଯନ୍ତ୍ରୀ ନିର୍ମାଣ କାର୍ଯ୍ୟର ତଦନ୍ତ କରିବା ସଂଗେ ସଂଗେ ବେଆଇନ୍ କାର୍ଯ୍ୟ ସଂପର୍କରେ ଠିକାଦରଙ୍କୁ ତାଗିତ୍ କରିଥିଲେ ମାତ୍ର ଏଥିରେ କୌଣସି ସୁଫଳ ନ ମିଳିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୁଷୁଡି ପଡିଥିବା ପୋଲ ଭଳି ଏହି ଓଭରବ୍ରିତ୍ ନିର୍ମାଣ ସମୟରେ ଭୁଷୁଡି ପଡିବ ତାହା କହିବା ମୁସ୍କିଲ । ତେଣୁ ଏହି ନିମ୍ନମାନର କାର୍ଯ୍ୟର ତଦନ୍ତ ପାଇଁ ଜଳେଶ୍ୱର ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚନ୍ଦ, ସିପିଏମ୍ ନେତା ଶିଶିର ହୁଇ, ସମାଜସେବୀ କୁମାର କୃଷ୍ଣ କର, ପୂର୍ବତନ ଉପାଧ୍ୟକ୍ଷ ମିହିର କୁମାର ଦାସ, ପୂର୍ବତନ କାଉନ୍ସିଲର ଦେବଦୁଲାଲ ଦାସ, ବିଜେପି ଯୁବମୋର୍ଚ୍ଚା ନେତା ଫାଲ୍ଗୁନି ପାଣିଗ୍ରାହୀ, ବିଜେପି ମିଡିଆ ପ୍ରଭାରୀ ସୁବ୍ରତ କୁମାର ଘୋଷ, ଆଇନ୍ଜିବୀ ସବିତା ସାହୁ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସମୀର କୁମାର ପାତ୍ର, ଅନନ୍ତ କୁମାର ଦାସ, ଦିପ୍ତିମାନ ଆଚାର୍ଯ୍ୟ ପ୍ରମୁ ଖ ବହୁ ରାଜନୈତିକ ଦଳର ନେତୃବୃନ୍ଦ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଯନ୍ତ୍ରୀ (ଡିପିଆଇ ଏଣ୍ଡ ରୋର୍ଡସ୍) କେନ୍ଦ୍ର ମନ୍ତ୍ରୀ ନିତିନ ଜୟରାମ ଗଡକରି, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଓଡିଶାର ପୁର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ବାଳେଶ୍ୱର ଜିଲାପାଳ, କୋଲକତା ସ୍ଥିତ ଗାଡେନ୍ରିଚ୍ ଠାରେ ଥିବା ଦଡିଣପୂର୍ବ ରେଳବାଇର ମୁଖ୍ୟଯନ୍ତ୍ରୀ ପ୍ରମୁଖଙ୍କୁ ଅବଗତ କରିବା ସଂଗେ ସଂଗେ ଯଥାଶୀଘ୍ର ଏହି ଘଟଣାର ତଦନ୍ତ କରିବା ସଂଗେ ସଂଗେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଂପର୍କରେ ଦାବୀ ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା