ବିଜେପିର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ୨୪/୧। : ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ ଏକ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା ବ୍ରହ୍ମପୁର ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ,ବିଶ୍ୱକର୍ମା ଯୋଜନା ରାଜ୍ୟ ସଂଯୋଜକ ରବି ମହାରଣା,ବିଶ୍ୱକର୍ମା ଯୋଜନା ପ୍ରଶିକ୍ଷଣ ପ୍ରକୋଷ୍ଠ ରାଜ୍ୟ ସଂଯୋଜିକା ଦୀପ୍ତିରେଖା ପଟନାୟକ,ଓବିସି ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର,ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାଷ ସାହୁ,ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ବିଶ୍ୱକର୍ମା ଯୋଜନା ସ୍କ୍ରନିଂ କମିଟି ସଦସ୍ୟ ଏନ୍.ରାଜେନ୍ଦ୍ର କୁମାର,ବିଶ୍ୱକର୍ମା ଗଞ୍ଜାମ ଜିଲ୍ଲା ସଂଯୋଜିକା ଅନୁଜା ନନ୍ଦ ବିଶ୍ଵାଳ ପ୍ରମୁଖ ଏହି କର୍ମଶାଳାରେ ମଞ୍ଚାସୀନ ରହି କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ସେପ୍ଟେମ୍ବର ୧୭ ତାରିଖରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିଥଲେ । କେବଳ କାରିଗର ଓ ଶିଳ୍ପୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନୁହେଁ ବରଂ ସ୍ଥାନୀୟ ଉତ୍ପାଦ,କଳା ଓ ହସ୍ତଶିଳ୍ପ ମାଧ୍ୟମରେ ବହୁ ପୁରାତନ କୌଳିକ ପରମ୍ପରା, ସଂସ୍କୃତି ଓ ବିବିଧ ଐତିହ୍ୟକୁ ବଞ୍ଚାଇ ରଖିବା ଓ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ଏହି ଯୋଜନା ଅନୁପ୍ରାଣିତ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରକାଶ କରିଥିଲେ । କାରିଗର ଏବଂ ଶିଳ୍ପୀ ମାନଙ୍କର ଉତ୍ପାଦ ଏବଂ ସେବାର ଗୁଣବତ୍ତା ତଥା ପ୍ରସାରରେ ଉନ୍ନତି ଆଣିବା ସହ ସେମାନଙ୍କୁ ଘରୋଇ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳ ସହିତ ସମନ୍ୱୟ କରିବାକୁ ସୁନିଶ୍ଚିତ କରିବା ହେଉଛି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ମୁଳ ଲକ୍ଷ ଏଣୁ ଏହି ଯୋଜନା ଅଧିନରେ ପ୍ରଥମ ପର୍ଯ୍ୟାୟରେ ୧୮ ଟି ବର୍ଗର ପାରମ୍ପରିକ କାରିଗରୀ ହସ୍ତଶିଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଗୁଡିକ ମଧ୍ୟରେ ବଢ଼େଇ କାମ,ଡ଼ଙ୍ଗା ନିର୍ମାଣ,ଅସ୍ତ୍ରଶସ୍ତ୍ର ନିର୍ମାଣ,କମାର କାମ,ହାତୁଡ଼ି ଏବଂ ଟୁଲ୍ କିଟ୍ ପ୍ରସ୍ତୁତି,ତାଲା ନିର୍ମାଣ,ବଣିଆ,କୁମ୍ଭାର କାମ,ମୂର୍ତ୍ତି ଶିଳ୍ପୀ,ପଥର ଶିଳ୍ପୀ,ମୋଚି କାରିଗର,ରାଜମିସ୍ତ୍ରୀ,ଟୋକେଇ/ଝାଡୁ ପ୍ରସ୍ତୁତକାରୀ,ନଡ଼ିଆ କତା ବୁଣାଳୀ,ପାରମ୍ପାରିକ କଣ୍ଢେଇ ଏବଂ ଖେଳଣା ନିର୍ମାଣ,ଭଣ୍ଡାରୀ,ଫୁଲମାଳ ପ୍ରସ୍ତୁତି,ଧୋବା,ଦରଜୀ ଏବଂ ମାଛଧରା ଜାଲ ପ୍ରସ୍ତୁତି ରହିଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଥିଲେ । ଆତ୍ମନିର୍ଭରଶୀଳ ଭାରତରେ ୧୮ ଟି କୌଳିକ ବୃତ୍ତିରେ ଜୀବିକା ନିର୍ବାହ କରୁଥିବା ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ବିଶ୍ୱକର୍ମା ଯୋଜନାରେ ସାମିଲ କରାଇ ଲାଭ ଉଠେଇବା ପାଇଁ ରାଜ୍ୟ ସଂଯୋଜକ ରବି ମହାରଣା ଆହ୍ୱାନ ଦେବା ସହ ପ୍ରଶିକ୍ଷଣ ଦେଇଥିଲେ । ଆଜିର ଏହି କର୍ମଶାଳାରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଶ୍ୱକର୍ମା ଯୋଜନା ସଂଯୋଜକ ରାମ କୁମାର ପାତ୍ର,ସହ ସଂଯୋଜକ କେ.ଟୁଙ୍ଗୁରୁ ପାତ୍ର,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ପ୍ରଶାନ୍ତ କର,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,କୃଷ୍ଣ ଚନ୍ଦ୍ର ଚୌଧୁରୀ,ପ୍ରଦୀପ ପଟ୍ଟନାୟକ ବରିଷ୍ଠ ନାରୀ ନେତ୍ରୀ ଏସ୍.ରାଣୀ,ବାବୁନାଥ ପ୍ରଧାନ,ମନୋଜ ମହାରଣା,ଏସ୍. ଶ୍ରୀନିବାସ,ବାପି ପ୍ରଧାନ,ଏସ୍.ମିଟୁ ଦୋରା ପ୍ରମୁଖଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି,ପ୍ରତ୍ୟକ ମଣ୍ଡଳରୁ ଜଣେ ବିଶ୍ୱକର୍ମା ଯୋଜନା ସଂଯୋଜକ ଏବଂ ସହ ସଂଯୋଜକ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା