ବିଜେଡ଼ି ପକ୍ଷରୁ ବିଧାୟକ ପ୍ରାର୍ଥୀ ଚୟନନେଇ ସମ୍ମିଳନୀ

ଛତ୍ରପୁର(ସମୃଦ୍ଧଓଡିଶା)ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜମ ବ୍ଲକ୍ ଓ ଛତ୍ରପୁର ବ୍ଲକ୍ ର ପ୍ରାୟତଃ ୨ଶହରୁ ଉର୍ଦ୍ଧ୍ବ କର୍ମୀ ଓ ନେତ୍ତୃବର୍ଗ ଙ୍କ ଏକ ବନ୍ଧୁମିଳନ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ନିକଟସ୍ଥ ପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡୀ ମନ୍ଦିରର ପାହାଡ଼ ଶୀର୍ଷସ୍ଥାନରେ ବୁଧବାର ବିଜେଡ଼ି ଦଳୀୟ ଏକ ଗୋଷ୍ଠୀଙ୍କ ତରଫରୁ ଏହି ବନ୍ଧୁମିଳନ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମକୁ ଆଇନଜୀବୀ ଧର୍ମା ରେଡ୍ଡୀ ପରିଚାଳନା କରିଥିବା ବେଳେ ବିଜେଡ଼ି ନେତା ଶଙ୍କର ଦାଶ ଙ୍କ ନେତ୍ତୃତ୍ଵରେ ଏହି ସଭା ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରୁ ପଞ୍ଚାୟତପ୍ରତିନିଧି, ବର୍ତ୍ତମାନର ସରପଞ୍ଚ, ସମିତିସଭ୍ୟ, ଓ ପୂର୍ବତନ ସରପଞ୍ଚ, ସମିତିସଭ୍ୟ କେତେକାଂଶରେ ଯୋଗଦେଇଥିଲେ । ଗଞ୍ଜାମ ସହରର ପୁରାତନକର୍ମୀ ଲକ୍ଷ୍ମୀ ଚରଣ ପାଢ଼ୀ ମୁଖ୍ୟତଃ ଛତ୍ରପୁର ବିଧାୟକ ବିରୁଦ୍ଧରେ କଟୁ ମନ୍ତବ୍ୟ ପ୍ରଦାନ କରି ତାହାଙ୍କ ପ୍ରତି କଟୁ-ସମାଲୋଚନା କରି ବକ୍ତବ୍ୟ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ସଭାରେ ଅନେକ ବ୍ୟକ୍ତି ତାହାଙ୍କ ସହ ସହମତି ପ୍ରକାଶ କରି ଅଭିଭାଷଣ ପ୍ରଦାନ କରିଥିଲେ। ବିଜୁ ଜନତା ଦଳ ତରଫରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ଏକ ଆଦର୍ଶ ସମାଜସେବା ଓ ଭଲ ରାଜନୈତିକ ବ୍ୟକ୍ତିବିଶେଷ୍ୟଙ୍କୁ ଚିହ୍ନଟ କରି ଚୟନ କରିବା ଆବଶ୍ୟକ ବୋଲି ସର୍ବସମ୍ମତି କ୍ରମେ ଆଲୋଚନା ହୋଇଥିଲା । ସେଭଳି ଆଦର୍ଶ ବ୍ୟକ୍ତି ବିଶେଷ୍ୟଙ୍କୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷ ରୁ ବିଧାୟକ ପ୍ରାର୍ଥୀ ରୂପେ ଟିକଟ ଦିଆଯାଉ ବୋଲି ଏହି ସମ୍ମିଳନୀରେ ମତପ୍ରକାଶ ପାଇଛି । ଏସମ୍ପର୍କରେ ବିଜେଡ଼ି ଦଳୀୟହାଇକମାଣ୍ଡ ଙ୍କ ଠାରେ ଦାବୀ ଉପସ୍ଥାପନା କରାଯିବା ନିମନ୍ତେ ଏହି ବନ୍ଧୁମିଳନରେ ନିର୍ଦ୍ଧାରଣ ହୋଇଛି । ବୈଠକରେ ଆନୁଷ୍ଠାନିକ ସଭା ସାଂଗକୁ ଦଳୀୟ ନେତ୍ତୃବର୍ଗ ଓ କର୍ମୀମାନେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଉପରେ ବହୁ କଟୁ- ସମାଲୋଚନା କରିବା ସାଂଗକୁ ସୁବାଷ ହଟାଓ, ବିଜେଡ଼ି ବଞ୍ଚାଅ ବୋଲି ସଭିଏଁ ସ୍ୱର- ଉତ୍ତୋଳନ କରିଥିଲେ । ତେବେ ଛତ୍ରପୁର ବିଧାୟକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଏହି ଗୋଷ୍ଠି ର କର୍ମୀ ସମାବେଶ କେତେଦୂର କାର୍ଯକାରୀ ହେବ ତାହା ସମୟ କହିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା