ବିଜେଡି ଯୁବ ନେତାଙ୍କ ଗୁମ୍ମା ବ୍ଲକ ପରିଦର୍ଶନ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା )ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକ ବଡ଼ କଳାକୋଟ ପଂଚାୟତ ତୁମକୋର୍ ଏରିଆ ଅଫିସ ଓ ବୁରୁଡ଼ିଂ ମଣ୍ଡଳୀ ପରିଦର୍ଶନ କଲେ ବିଜେଡି ଯୁବ ନେତା ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ। ଶ୍ରୀ ପାଣିଗ୍ରାହୀ ଉକ୍ତ ଅଞ୍ଚଳ ଗସ୍ତ କରି ଅଞ୍ଚଳ ବାସୀଙ୍କ ନିକଟରେ ବଡ଼ଦିନ ଏଵଂ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ତତ୍ପରେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ ମଙ୍ଗଳ କାରୀ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ। ଉକ୍ତ ଚର୍ଚ୍ଚ ଗୁଡ଼ିକର ପାଳକ, ଚାଳକ ତଥା ଦିକନ୍ ଗଣକୁ ବଡଦିନ ଉପହାର ପ୍ରଦାନ କରିଥଲେ ଶ୍ରୀ ପାଣିଗ୍ରାହୀ। ଏଥି ସହିତ ସମସ୍ତ ପରିସ୍ଥିତି ରେ ସେ ଅଞ୍ଚଳ ବାସୀଙ୍କ ସହ ରହିବା ସହ ଅଞ୍ଚଳ ର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣି ସେଗୁଡ଼ିକର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ପାଣିଗ୍ରାହୀ ଙ୍କ ସହ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଏସ ଡି ସି ସଦସ୍ୟ ଶ୍ରୀ ମସୂଳନ ରଇତ, ବିଜେଡି ଗୁମ୍ମା ବ୍ଲକ ସଭାପତି ଶ୍ରୀ ଅଗଷ୍ଟସ ଗମାଙ୍ଗ, ବ୍ଲକ ବିଜେଡି ଯୁବ ସଭାପତି ଶ୍ରୀ ନିରୋଜ କୁମାର ଷଡ଼ଙ୍ଗୀ, ସୁଭାସିସ ଏଡଲା, ଦିପୁ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅଞ୍ଚଳର ଜନସାଧାରଣ ତାଙ୍କୁ ହୃଦୟର ସହ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

ରିପୋର୍ଟ : କୃଷ୍ଣ କୁମାର ବେହେରା