ଆଉ ଦୁଇ ଦିନ ପରେ ଝୁମିବ ପାଲଲହଡା

ପାଲଲହଡା(ସମୃଦ୍ଧଓଡିଶା)ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ରେ ହେବାକୁ ଥିବା ମାଲ୍ୟଗିରୀ ମହୋତ୍ସବ ଆଉ ଦୁଇ ଦିନ ଥିବା ବେଳେ ଅଜି ସାମ୍ବାଦିକ ସମ୍ମିଳନୀ କରି ମାଲ୍ୟଗିରୀ ମହୋତ୍ସବ ର ଅଧକ୍ଷ ମୁକେଶ କୁମାର ପାଲ କହିଛନ୍ତି ଚଳିତ ବର୍ଷ ହେବାକୁ ଥିବା 3 ଦିନ ଧରି ମାଲ୍ୟଗିରି ମହୋତ୍ସବ 5 ତାରିଖରୁ 7 ତାରିଖ ପର୍ଯନ୍ତ ଅନୁଷ୍ଠିତ ହେବ ଆଉ ଦୁଇ ଦିନ ରହିଥିବା ବେଳେ ଆସନ୍ତା କାଲି ଠାରୁ ମଶାଲ ଶୋଭାଯାତ୍ରା 5 ଟି ଜାଗାରୁ ଖୁଲୁଡ଼ି ଶିବମନ୍ଦିର, ପବିତ୍ରପୁର ଶିବମନ୍ଦିର, ରଜଡଙ୍ଗ ଶିବମନ୍ଦିର, ମଂଗରାମୁହାଣ ଶିବମନ୍ଦିର ଏବଂ ମାଲ୍ୟଗିରି ପାହାଡ ପାଦଦେଶରେ ରେ ଥିବା ସମଳ ଶିବ ମନ୍ଦିର ରୁ ମଶାଲ ଶୋଭାଯାତ୍ରା ବାହାରି ପାଲଲହଡା ଜଗର୍ନାଥ ମନ୍ଦିର ଠାରେ ରହିବ ଏବଂ 5 ତାରିଖ ଦିନ ମଶାଲ ଶୋଭାଯାତ୍ରା ପାଲଲହଡା ପରିକ୍ରମା କରି ପାଲଲହଡା ଷ୍ଟାଡିଅମ କୁ ଅଣା ହୋଇ ଶୋଭାରମ୍ଭ ବ୍ୟବସ୍ଥା ରହିଥିବା ବେଳେ ପ୍ରଥମ ଦିନରେ ମୁଖ୍ୟ ଅତିଥି ସାଂସଦ ମହେଶ ସାହୁ ସମ୍ମନିତ ଅତିଥି ଅଧକ୍ଷ ରାଜ୍ୟ ଯୁବ କଲ୍ୟାଣ କୁନବିହାରୀ ଦାସ, ପାଲଲହଡା ବ୍ଲକ ଅଧକ୍ଷା ରୀନାରାଣୀ ନାଏକ, କଣିହାଁ ବ୍ଲକ ଅଧକ୍ଷ ରାମ କୃଷ୍ଣ ପ୍ରଧାନ, ସାବିତ୍ରୀ ମାଝୀ 23 ନଂ ଜିଲ୍ଲା ପରିଷଦ,22 ନଂ ଜିଲ୍ଲା ପରିଷଦ ବୁଧୁରାମ ବୈପାଇ ଯୋଗ ଦେବାର କାଯ୍ୟକ୍ରମ ରହିଛି l ସ୍ଥାନୀୟ କଳାକାର କୁ ନେଇ ସାଂସ୍କୃତିକ କାଯ୍ୟକ୍ରମ ଥିବା ବେଳେ ନାମୀ ଦାମୀ ଓଡ଼ିଆ ସଂଗୀତ କଳାକାର ହିମାନ ସାଗର ସିପୁ କମେଡିଆନ ଦ୍ୱିତୀୟ ଦିନ ବଲିଉଡ କଣ୍ଠଶିଳ୍ପୀ ଐଶଜ୍ୟା ପଣ୍ଡିତ ଓ କମେଡି ଅନଗୁଳିଆ ବଣ୍ଟି ତୃତୀୟ ଦିନରେ ଇଣ୍ଡିଆନ ଆଇଡଲ ଫେମ କଣ୍ଠଶୀଳ୍ପ ରିଷି ସିଂହ ଏବଂ ଉସ୍ତାଦ ରାପ୍ପର ମାନଙ୍କର କାଯ୍ୟକ୍ରମ ରହିଥିବା ଜଣାପଡିଛି

ରିପୋର୍ଟ : ରଜତ ମହାପାତ୍ର