ବିଜେଡି ପକ୍ଷରୁ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟ କର୍ମଶାଳା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସକୀୟ ସଦସ୍ୟମାନେ ସାମାଜିକ ଓ ରାଜନୈତିକ ଦୃଷ୍ଟିରୁ ଅଧିକ ସକ୍ରିୟ ରହିବା ଆବଶ୍ୟକ । ପ୍ରଥମଥରପାଇଁ ବିଜୁ ଜନତାଦଳ ପକ୍ଷରୁ ଏହି ସଦସ୍ୟମାନଙ୍କର ଏକ ପ୍ରଶିକ୍ଷଣ ଶିବିର ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆୟୋଜନ କରାଯାଇଛି ବୋଲି ମଂଗଳବାର ଅପରାହ୍ନରେ ସ୍ଥାନୀୟ ମୂରଲୀ କଲ୍ୟାଣ ମଣ୍ଡପ ପରିସରରେ ବିଜେଡି ପକ୍ଷରୁ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟ କର୍ମଶାଳାରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ପୂର୍ବତନ ସାଂସଦ ତଥା ଜିଲା ସଭାପତି ଇଂ ରବିନ୍ଦ୍ର କୁମାର ଜେନା ମତବ୍ୟକ୍ତ କରିଛନ୍ତି । ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ୍ କରିବା ସହିତ କ୍ଷମତାକୁ ବିକେନ୍ଦ୍ରୀକରଣ ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ଏକ ଆପ୍ ମାଧ୍ୟମରେ ଖସଡା ପ୍ରକାଶ କରାଯାଇଛି ବୋଲି ଇଂ ଜେନା କହିଥିଲେ । ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର ଏହି କର୍ମଶାଳାରେ ପୌରହିତ୍ୟ କରି ଆସନ୍ତା ୫ ତାରିଖ ବିଜୁ ଜୟନ୍ତୀ ପାଳନ ଅବସରରେ ୮ ତାରିଖ ଆନ୍ତର୍ଜତୀୟ ମହିଳା ଦିବସ ଉପଲକ୍ଷେ ଏକ ବିଶାଳ ମହିଳା ସମାବେଶ ମହମ୍ମଦନଗର ପାଟଣା ପଂଚାୟତର ପାଟଣା ଠାରେ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ । କର୍ମଶାଳାରେ ପ୍ରଶିକ୍ଷକଭାବେ ନୀତିନ୍ ଜୀ ଯୋଗ ଦେଇ ବିଜୁ ଜନତାଦଳ ଆଗାମୀ ଦିନରେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହେବା ସଂଗେ ସଂଗେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀକୁ ନବୀନ ନିବାସ ସହିତ ଯୋଡାଯାଇ ଗ୍ରାମାଂଚଳର ବିଭିନ୍ନ କାର୍ଯ୍ୟକ୍ରମକୁ ସମୀକ୍ଷା କରାଯିବ ବୋଲି ସେ ପ୍ରକାଶ କରିଥିଲେ । ବାଲେଶ୍ୱର ଜିଲାର ଜଳେଶ୍ୱର, ସଦର, ଭୋଗରାଇ ଓ ସିମୁଳିଆ ନିର୍ବାଚନ ମଣ୍ଡଳ ଅଧିକ ସଭ୍ୟ ସଂଗ୍ରହ କରି ରାଜ୍ୟରେ ପ୍ରମୁଖ ସ୍ତାନ ଅଧିକାର କରିପାରିଛି ବୋଲି ସେ ପ୍ରକାଶ କରିଥିଲେ । ବିଜେଡି ସଭାନେତ୍ରୀ ବିନ୍ଦୁବାଳା ନନ୍ଦୀ ଆସନ୍ତା ମହିଳା ସମାବେଶ ସଂପର୍କରେ ବିବରଣୀ ପ୍ରକାଶ କରିଥିଲେ । ଜିଲା ଉପସଭାପତି ଭୂବନାନନ୍ଦ ଦାସ ଏହି କର୍ମଶାଳାରେ ମଂଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳେଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବ୍ଲକ ସଭାପତି ଭୂପତି ମିର୍ଦ୍ଧା, ନଗର ସଭାପତି ଶଂକର ଘୋଷ, ଜୀବନବିନ୍ଦୁ ସଂଯୋଜକ ମଧୁସୂଦନ ସେନାପତି, ପ୍ରତୀପ କୁମାର ପ୍ରଧାନ, ସଂଜିବ ପାଳ, ମାନସ ଜେନା, ବ୍ରିଜେସ୍ ରଣା, ଆରତୀ ଦାସ, ଅର୍ଚ୍ଚନା ଗିରି, ମଂଜୁବାଳା ପ୍ରଧାନ, ତୁଳସୀ ଦତ୍ତ, ଦେବଯାନୀ ଅଣ୍ଡିଆ, ଗୋବିନ୍ଦ ସାହୁ, ରାଜେନ୍ଦ୍ର ପାତ୍ର, ଅରୁଣ କୁମାର ରାଉଳ, ବିଷ୍ଣୁପଦ ଦାସମହାପାତ୍ର, ସେକ୍ ଅବଦୁଲ ରହିମ୍‌, ବିଶ୍ୱ ଭୂଷଣା ଦାସ, ବିଜୟ କାମିଳା, ଚନ୍ଦନ କର, ରାଜେଶ ଖଟୁଆ, ଜ୍ୟୋତିର୍ମୟ ଆଚାର୍ଯ୍ୟ, ପ୍ରବୀର ଦାସ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା