ପୋଲିସ୍‌ର ଘନଘନ ଚଢାଉ : ପୁଣି ବ୍ରାଉନ୍‌ସୁଗର ଓ ଚୋରା ମୋବାଇଲ୍ ଜବତ୍‌…

ଜଳେଶ୍ୱର(ସମୃଦ୍ଧ ଓଡିଶା) ଜଳେଶ୍ୱର ସହରତଳି ଅଂଚଳରେ ବ୍ରାଉନ୍ ସୁଗର ବ୍ୟବସାୟୀମାନେ ଅଧିକ ସକ୍ରୀୟ ଥିବାରୁ ସ୍ଥାନୀୟ ପୋଲିସ୍ ଓ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫର ଟିମ୍ ବାରମ୍ବାର ଚଢାଉ ଅବ୍ୟାହତ ରଖିଛି । ଏକ ବଡଧରଣର ଚଢାଉରେ ୪୦ଲକ୍ଷମୂଲ୍ୟର ୪୦୦ ଗ୍ରାମ ବ୍ରାଇନ୍‌ସୁଗର ଧରିବା କିଛିଘଣ୍ଟା ନ ପୁରୁଣୁ ଅନ୍ୟଏକ ଚଢାଉ କରି ସ୍ଥାନୀୟ ପୋଲିସ୍ ଏକ ହୋଟେଲ ନିକଟରୁ ଦୁଇଟି ପୁଡିଆ ସହିତ ୧୦ଟି ଚୋରା ମୋବାଇଲ୍ ଜବତ୍ କରିବାରେ ସକ୍ଷମ ହୋଇଛି । ଘଟଣାରୁ ପ୍ରକାଶ ଜଳେଶ୍ୱର ଗେରେଜ ବଜାର୍ ଅଂଚଳରେ ଥିବା ଏକ ବେନାମୀ ହୋଟେଲ ଉପରେ ଏସ୍‌ଡିପିଓ ଅଂକିତା କୁମ୍ଭାର ସଦଳବଳେ ଚଢାଉ କରିଥିଲେ । ଜଳେଶ୍ୱରର ଝାଡେଶ୍ୱରପୁର ଗାଁର ନୃର୍ ଖାଁଙ୍କ ପୁଅ ସମୀର ଓରଫ ମାନ୍ନା ଖାଁ (୩୯) ନିକଟରୁ ୨ଟି ଧଳାଜହରର ପୁଡିଆ ଓ ୧୦ଟି ଚୋରା ମୋବାଇଲ୍ ଜବତ୍ କରିଛି । ଏହି ହୋଟେଲରେ ପ୍ରତିଦିନ ବହୁ ସ୍ଥାନୀୟ ଗ୍ରାହକ ଆସି ଧଳଜହର ପୁଡିଆ କିଣି ବ୍ୟବହାର କରିଥାନ୍ତି । ଯେଉଁମାନେ ପୁଡିଆ ବ୍ୟବହାର କରି ଅର୍ଥ ଦେଇପାରୁନଥିଲେ ସେମାନେ ଏହି ଦାବୀ ମୋବାଇଲ୍ ଜିମା ଦେଇ ପୁଡିଆ କିଣୁଥିବା ତଦନ୍ତ ବେଳେ ପୋଲିସ୍ ଜାଣିବାକୁ ପାଇଥିଲା । ପୋଲିସ୍ ମାନ୍ନା ଖାଁକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଜଳେଶ୍ୱର ଥାନା କେସ୍ ନଂ ୯୦/୨୦୨୦ମୂଳେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ପ୍ରକାଶଯୋଗ୍ୟ ଜଳେଶ୍ୱର ଅଂଚଳର ବିଭିନଦ୍ନ ସ୍ଥାନରୁ ଧଳଜହର ବ୍ୟବହାର କରୁଥିବା ବ୍ୟକ୍ତିମାନେ ବିଭିନ୍ନ ଦାମୀ ଆସବାପତ୍ର ଚୋରୀ କରି ଜଳେଶ୍ୱର ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବିକ୍ରି କରି ଏହି ଧଳ ଚଳର କିଣୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଜଳେଶ୍ୱର ସହର ଅଂଚଳର କେତେକ ନାମୀ ଦାମୀ ବ୍ୟକ୍ତି ଏପରି ଧଳ ଜହର କାରବାର କରିବା ଚୋରା ବ୍ୟବସାୟୀଙ୍କୁ ବେଆଇନ୍‌ ଭାବେ ଅଧିକ ସୁଧରେ ଟଙ୍କା କରଜ ଲାଗାଉଥିବା ଦେଖିବାକୁ ମିଳୁଛି ଯାହାକି ପୋଲିସ୍ ନିକଟରେ ତଥ୍ୟ ରହିଛି । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସମସ୍ତ ର‌୍ୟାକେଟ ମାନଙ୍କୁ ଧରିବାରେ ପୁଲିସ୍‌କୁ ସମ୍ଭବ ହୋଇପାରନ୍ତା ବୋଲି ବୁୁଦ୍ଧିଜିବୀମାନେ ମତପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା