ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ୯ଟି ଲୋକସଭା ଓ ୭୨ଟି ବିଧାନସଭା

ଭୁବନେଶ୍ୱର(ସମୃଦ୍ଧଓଡିଶା) ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦୀର୍ଘ ୧୫ଦିନ ପରେ ଭିଡିଓ ମାଧ୍ୟମରେ ଗଣମାଧ୍ୟମକୁ ଆସି ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ନିଜର ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଓ ୯ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଆଜି ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀ ତାଲିକାରେ ଦଳ ୯୦ ପ୍ରତିଶତ ପ୍ରାର୍ଥୀଙ୍କୁ ରିପିଟ୍ କରିଛି ଦଳ। ବିଜେପିର ବଢ଼ୁଥିବା ଲୋକପ୍ରିୟତା ଓ ଦଳୀୟ କନ୍ଦଳକୁ ଦେଖି ପ୍ରାର୍ଥୀ ତାଲିକାରେ ବିଜେଡି ବିଶେଷ ପରିବର୍ତ୍ତନ କରିବାକୁ ସାହାସ କରିପାରିନି । ନବୀନ ଯେଉଁ ୭୨ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ସେଥିରେ ଗୁଣୁପୁର ବିଧାନସଭାରୁ ରଘୁନାଥ ଗମାଙ୍ଗ, ବିଷମ କଟକ- ଜଗନ୍ନାଥ ସାରକା, ରାୟଗଡ଼ାରୁ ଅନୁସୟା ମାଝୀ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରୀତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲୀରୁ ସୁଶାନ୍ତ ସିଂ, ଜଳେଶ୍ୱରରୁ ଅଶ୍ୱିନୀ ପାତ୍ର, ବସ୍ତାରୁ ସୁବାସିନୀ ଜେନା, ଭଣ୍ଡାରୀପୋଖରୀରୁ ସଞ୍ଜିବ ମଲ୍ଲିକ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ, ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତ, ଧାମନଗରରୁ ସଞ୍ଜୟ ଦାସ, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡ଼େଇ, ଢେଙ୍କାନାଳରୁ ସୁଧୀର ସାମଲ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଳ୍ଲିକ, ପରଜଙ୍ଗରୁ ନୃସିଂହ ସାହୁ, ପାଲଲହଡ଼ାରୁ ମୁକେଶ ପାଲ, ଛେଣ୍ଡିପଦାରୁ ସୁଶାନ୍ତ ବେହେରା, ସୋନପୁରରୁ ନିରଞ୍ଜନ ପୂଜାରୀ, ଲୋଇସିଂହାରୁ ନିହାରରଞ୍ଜନ ବେହେରା,ପାଟଣାଗଡ଼ରୁ ସରୋଜ ମେହେରଙ୍କୁ ପ୍ରାର୍ଥୀ କରିଛି ଦଳ। ବଲାଙ୍ଗିରରୁ କଳିକେଶ ନାରାୟଣ ସିଂହଦେଓ, ଟିଟିଲାଗଡ଼ରୁ ଟୁକୁନି ସାହୁ, ନୂଆପଡ଼ାରୁ ରାଜେନ୍ଦ୍ର ଢ଼ୋଲକିଆ, ଉମରକୋଟରୁ ମାମିନା ନାୟକ,ଝରିଗାଁରୁ ରମେଶଚନ୍ଦ୍ର ମାଝୀ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଡାବୁଗାଁରୁ ମନୋହର ରନ୍ଧାରୀ, ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣାରୁ ଲତିକା ନାୟକ, ଜି.ଉଦୟଗିରିରୁ ସାଲୁଗା ପ୍ରଧାନ, କଣ୍ଟାମାଳରୁ ମହୀଧର ରଣା, ବୌଦ୍ଧରୁ ପ୍ରଦୀପ ଅମାତ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ବଡ଼ମ୍ବାରୁ ଦେବୀପ୍ରସାଦ ମିଶ୍ର,ବାଙ୍କିରୁ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚୌଦ୍ୱାରରୁ ସୌଭିକ ବିଶ୍ୱାଳ, କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା, ନିଆଳିରୁ ପ୍ରମୋଦ ମଲ୍ଲିକ, ପାଟକୁରାରୁ ଅରବିନ୍ଦ ମହାପାତ୍ର, ଆଳିରୁ ପ୍ରତାପ କେଶରୀ ଦେବ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ରାଜନଗରରୁ ଧ୍ରୁବ ସାହୁ, ପୁରୀରୁ ସୁନୀଲ ମହାନ୍ତି, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ରପ୍ରତାପ ମହାରଥୀ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିବେ ।ଜଟଣୀରୁ ବିଭୂତିଭୂଷଣ ବଳବନ୍ତରାୟ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲାରୁ ରମେଶଚନ୍ଦ୍ର ବେହେରା, ନୟାଗଡ଼ରୁ ଅରୁଣ କୁମାର ସାହୁ, ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ, ପୋଲସରାରୁ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଛତ୍ରପୁର-ସୁବାସଚନ୍ଦ୍ର ବେହେରା, ସୋରଡ଼ା-ସଂଘମିତ୍ରା ସ୍ୱାଇଁ, ହିଞ୍ଜିଳିରୁ ନବୀନ ପଟ୍ଟନାୟକ, ଗୋପାଳପୁରରୁ  ବିକ୍ରମ କୁମାର ପଣ୍ଡା, ଦିଗପହଣ୍ଡିରୁ ବିପ୍ଲବ ପାତ୍ର, ଚିକିଟିରୁ ଚିନ୍ମୟସୁନ୍ଦର,କୋଟପାଡ଼ରୁ ଚନ୍ଦ୍ରଶେଖର ମାଝୀ, ମାଲକାନଗିରି-ମାନସ ମାଡ଼କାମୀ, କୋରାପୁଟରୁ ରଘୁରାମ ପୋଡ଼ାଲ, ଘସିପୁରାରୁ ବଦ୍ରିନାରାୟଣ ପାତ୍ର, ପାଟଣାରୁ ଜଗନ୍ନାଥ ନାଏକଙ୍କୁ ମିଶାଇ ମୋଟ ୭୧ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ସେହିପରି ଲୋକସଭା ପ୍ରାର୍ଥୀ ଭାବେ କଳାହାଣ୍ଡି-ଲମ୍ବୋଦର ନିଆଲ, ସମ୍ବଲପୁରରୁ ପ୍ରଣବପ୍ରକାଶ ଦାସ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକକା, ଆସିକାରୁ ରଞ୍ଜିତା ସାହୁଙ୍କୁ ମିଶାଇ ମୋଟ ୯ଟି ଲୋକସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି ।

ଏହି ପ୍ରାର୍ଥୀ ତାଲିକାରେ ୯ଟି ଲୋକସଭା ଆସନ ସହ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି :

କଳାହାଣ୍ଡି – ଲମ୍ବୋଧର ନିଆଳ
ସମ୍ବଲପୁର – ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ – ଦିଲ୍ଲୀପ ତିର୍କୀ
ମୟୂରଭଞ୍ଜ – ସୁଦାମ ମାର୍ଣ୍ଡି
କେନ୍ଦ୍ରାପଡା – ଅଂଶୁମାନ ମହାନ୍ତି
ନବରଙ୍ଗପୁର – ପ୍ରଦୀପ ମାଝୀ
ଭୁବନେଶ୍ୱର – ମନ୍ମଥ ରାଉତରାୟ
କୋରାପୁଟ – କୌଶଲ୍ୟା ହିକ୍କକା
ଆସ୍କା – ରଞ୍ଜିତା ସାହୁ

ବିଜେଡି ବିଧାନସଭା ପ୍ରାର୍ଥୀ

ବିଷମ କଟକ – ଜଗନ୍ନାଥ ସାରକା
ଗୁଣୁପୁର – ରଘୁନାଥ ଗମାଙ୍ଗ
ରାୟଗଡା – ଅନୁସୂୟା ମାଝୀ
ବରଗଡ – ଦେବେଶ ଆଚାର୍ଯ୍ୟ
ବିଜେପୁର – ରୀତା ସାହୁ
ଅତାବିରା – ସେହ୍ନାଙ୍ଗିନୀ ଛୁରିଆ
ଭଟଲି – ସୁଶାନ୍ତ ସିଂ
ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର
ବସ୍ତା – ସୁବାସିନୀ ଜେନା
ଭଣ୍ଡାରୀପୋଖରୀ – ସଞ୍ଜୀବ ମଲ୍ଲିକ
ଭଦ୍ରକ – ପ୍ରଫୁଲ ସାମଲ
ବାସୁଦେବପୁର – ବିଷ୍ମୁବତ୍ର ରାଉତରାୟ
ଧାମନଗର – ଡକ୍ଟର ସଞ୍ଜୟ କୁମାର ଦାସ
ଚାନ୍ଦବାଲି – ବ୍ୟୋମକେଶ ରାୟ
ବିଞ୍ଝାରପୁର – ପ୍ରମିଳା ମଲ୍ଲିକ
ଧର୍ମଶାଳା – ପ୍ରଣବ ବଳବନ୍ତରାୟ
ଯାଜପୁର – ସୁଜାତା ସାହୁ
ସୁକିନ୍ଦା – ପ୍ରୀତିରଞ୍ଜନ ଘଡେଇ
ଢେଙ୍କାନାଳ – ସୁଧୀର ସାମଲ
କାମାକ୍ଷାନଗର – ପ୍ରଫୁଲ କୁମାର ମଲ୍ଲିକ
ପରଜଙ୍ଗ – ନୃସିଂହ ସାହୁ
ପାଲଲହଡା – ମୁକେଶ ପାଲ
ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା
ସୋନପୁର – ନିରଞ୍ଜନ ପୂଜାରୀ
ଲୋଇସିଂହା – ନିହାର ରଞ୍ଜନ ବେହେରା
ପାଟଣାଗଡ – ସରୋଜ ମେହେର
ବଲାଙ୍ଗୀର – କଳିକେଶ ନାରାୟଣ ସିଂହଦେଓ
ଟିଟିଲାଗଡ – ଟୁକୁନି ସାହୁ
ନୂଆପଡା – ରାଜେନ୍ଦ୍ର ଢୋଲକିଆ
ଉମରକୋଟ – ନବୀନା ନାୟକ
ଝରିଗାଁ – ରମେଶ ଚନ୍ଦ୍ର ମାଝୀ
ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ
ଡାବୁଗାଁ – ମନୋହର ରନ୍ଧାରୀ
ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ
ଜୁନାଗଡ – ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ
ଭବାନୀପାଟଣା – ଲତିକା ନାୟକ
ଜି ଉଦୟଗିରି – ସାଲୁଗା ପ୍ରଧାନ
କଣ୍ଟାମାଳ – ମହିଧର ରଣା
ବୌଦ୍ଧ – ପ୍ରଦୀପ କୁମାର ଅମାତ
ବଡମ୍ବା – ଦେବୀ ପ୍ରସାଦ ମିଶ୍ର
ବାଙ୍କୀ – ଦେବୀରଞ୍ଜନ ତ୍ରିପାଠୀ
ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ୱାଇ
କଟକ ଚୌଦାର – ସୌଭିକ ବିଶ୍ୱାଳ
ନିଆଳି – ପ୍ରମୋଦ ମଲ୍ଲିକ
କଟକ ସଦର – ଚନ୍ଦ୍ରସାରଥୀ ବେହେରା
ପାଟକୁରା – ଅରବିନ୍ଦ ମହାପାତ୍ର
ଆଳି – ପ୍ରତାପ ଦେବ
ରାଜନଗର – ଧ୍ରୁବ ସାହୁ
ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ
ପୁରୀ – ସୁନୀଲ ମହାନ୍ତି
ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ
ସତ୍ୟବାଦୀ – ସଞ୍ଜୟ ଦାସବର୍ମା
ପିପିଲି – ରୁଦ୍ର ପ୍ରସାଦ ମହାରଥୀ
ଜଟଣୀ – ବିଭୂତି ବଳବନ୍ତରାୟ
ରଣପୁର – ସତ୍ୟନାରାୟଣ ପ୍ରଧାନ
ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା
ନୟାଗଡ – ଅରୁଣ ସାହୁ
ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ
ପୋଲସରା – ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର – ଲତିକା ପ୍ରଧାନ
ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା
ସୋରଡା – ସଂଘମିତ୍ରା ସ୍ୱାଇଁ
ହିଞ୍ଜିଳି – ନବୀନ ପଟ୍ଟନାୟକ
ଗୋପାଳପୁର – ବିକ୍ରମ କୁମାର ପଣ୍ଡା
ଦିଗପହଣ୍ଡି – ବିପ୍ଲବ ପାତ୍ର
ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ
କୋଟପାଡ – ଚନ୍ଦ୍ରଶେଖର ମାଝୀ
କୋରାପୁଟ – ରଘୁରାମ ପୋଡାଲ
ମାଲକାନଗିରି – ମାନସ ମାଡକାମୀ
କାଶୀପୁର – ବଦ୍ରିନାରାୟଣ ପାତ୍ର
ପାଟଣା – ଜଗନ୍ନାଥ ନାୟକ

ରିପୋର୍ଟ : ଅଖିଳ ପଟ୍ଟନାୟକ