ବିଜେଡିର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଅଧ୍ୟକ୍ଷତାରେ ଗଞ୍ଜାମ ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁଙ୍କ ଅଧକ୍ଷତାରେ ୧୩ ଜଣ ଜିଲ୍ଲା ଉପସଭାପତି, ୧୩ ଜଣ ଜିଲ୍ଲା ସାଧାରଣ ସମ୍ପାଦକ, ୨୬ ଜଣ ସମ୍ପାଦକ, ୨ଜଣ ସୋସିଆଲ ମିଡିଆ କୋଡିନେଟ୍ ୨୨ ବ୍ଲକ ସଭାପତି ଏବଂ ୧୭ ମୁନିସପାଲ୍ଟି, ଏନ୍ଏସି ସଭାପତି ଭାବେ ନିଯୁକ୍ତି ପାଇଛନ୍ତି । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ, ବିଧାୟିକା ଏବଂ ସାଂସଦଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ଏନ୍ ଏସ୍ ସଭାପତି ଟି. ଚନ୍ଦ୍ର ଶେଖର ରାଓ ଓ ସେକ୍ରେଟେରୀ ନାଗେଶୂର ଏବଂ ନିରାକର ବେହେରାଙ୍କୁ ଛତ୍ରପୁରରେ ଏକ ସମ୍ବର୍ଦ୍ଧନା କୋରନା କଟକଣାରେ ପାଳିତ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଆଇନଜୀବୀ ଟି. ଗୋପି, ବାଦଲ ପାଣ୍ଡି, ବାବୁଲି ସାହୁ, ରବିନ୍ଦ୍ର ସାହୁ, ସୂର୍ଯ୍ୟ ନାରାୟଣ ସେଠି, ସରପଞ୍ଚ ପିତାମ୍ବର ପଣ୍ଡା ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା