ବିଜେଡିରୁ ବହିଷ୍କାର ହେବା ପରେ ଦାମଙ୍କ ବିଶୋଦଗାର କହିଲେ ନବୀନଙ୍କୁ ଓଡିଶାରୁ ନ ହ୍ଟାଇଲେ ରାଜ୍ୟ ପାଇଁ ବିପଦ, ସରାକାରୀ ଅଧିକାରୀଙ୍କ ଅନୁସାରେ ଦଳ ଚାଲିଛି ……

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଡ଼ ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯାଇଛି | ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପାରାଦ୍ୱୀପ ବିଧାୟକ ଡ଼ ଦାମୋଦର ରାଉତଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି ବୋଲି ଦଳର ରାଜ୍ୟ ସମ୍ପାଦକ ବିଜୟ କୁମାର ନାୟକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି | ବିଜୁ ଜନତା ଦଳରୁ ବୁଧବାର ବହିଷ୍କୃତ ହେବା ପରେ ବରିଷ୍ଠ ନେତା ଡ. ଦାମୋଦର ରାଉତ ମୁହଁ ଖୋଲିଛନ୍ତି। ପ୍ରତିକ୍ରିୟାରେ ଦାମ କହିଛନ୍ତି, ବହିଷ୍କାରର କାରଣ ମୁଁ ଜାଣି ନାହିଁ। ମୋତେ ମନ୍ତ୍ରୀମଣ୍ଡଳରୁ ବି ବିଦା କରାଯାଇଥିଲା। ମୋତେ ଉପସଭାପତି ପଦରୁ ମଧ୍ୟ ବିଦା କରାଯାଇଥିଲା। ମୋ ସହ ଦଳର କୌଣସି ନେତା ସମ୍ପର୍କରେ ନଥିଲେ। ମୋର କାହା ବିରୋଧରେ କିଛି କହିବାର ନାହିଁ ବୋଲି ଦାମ କହିଛନ୍ତି। ସାର୍ବଜନିକ ଜୀବନରେ ଥିଲି ଓ ରହିବି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ଦାମ ରାଉତଙ୍କ ବହିଷ୍କାର ପରେ ବିଜେଡି ମୁଖପାତ୍ର ସମୀର ଦାଶ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବିଜେଡି ମୁଖପାତ୍ର ସମୀର କହିଛନ୍ତି, ଦାମ ଗଣମାଧ୍ୟମରେ ଦଳ ବିରୋଧରେ କହୁଥିଲେ। ଦାମଙ୍କ ବହିଷ୍କାର ନିଷ୍ପତ୍ତି ଯଥାର୍ଥ ବୋଲି ସେ କହିଛନ୍ତି। ତାଙ୍କ କଥା ଓ ଉପସ୍ଥାପନା ଦଳ ବିରୋଧୀ ଥିଲା ବୋଲି ଥିଲା ବୋଲି ସମୀର କହିଛନ୍ତି।
ବିଜେଡିରୁ ବହିଷ୍କୃତ ହେଲା ପରେ ଡକ୍ଟର ଦାମ ରାଉତ ଗଣ ମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଠ ମାସ ହେଲା କେହି ପଚାରୁ ନଥିଲେ। ଦଳୀୟ କାର୍ଯ୍ୟକ୍ରମକୁ ଡକାଯାଉ ନଥିଲା କିମ୍ବା ଦଳର କୌଣସି ନେତା କଥା ହେଉ ନଥିଲେ। ବିନାକାରଣରେ ମୋତେ ମନ୍ତ୍ରୀ ପଦ, ପରେ ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ବାହାର କରିଦେଲେ। ମୋତେ ଦଳରେ ଥିବା ଭଳି ଳାଗୁନଥିଲା। ଯଦି ଏବେ ଆନୁଷ୍ଠାନିକ ଭାବେ ମୋତେ ଦଳରୁ ବହିଷ୍କାର କଲେ ମୋର କିଛି କହିବାର ନାହିଁ। ମୁଁ ନିର୍ଭିକ, ଡରିବି ନାହିଁ। ସାଧାରଣ ଜୀବନରେ ରହିଛି ଓ ନିର୍ବାଚନ ଲଢିବି। ଦଳୀୟ ଟିକେଟ ନମିଳିଲେ ସ୍ୱାଧୀନଭାବେ ନିର୍ବାଚନ ଲଢିବି। ବିଜେଡିରୁ ବହିଷ୍କାର ପରେ ଏହାଥିଲା ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱୀପ ବିଧାୟକ ଡ. ଦାମୋଦର ରାଉତଙ୍କ ପ୍ରତିକ୍ରିୟା।ବହିଷ୍କୃତ ହେବାପରେ ଦାମ ବିସ୍ଫୋରକ ବୟାନ ଦେଇଛନ୍ତି । ଦଳୀୟ ସ୍ୱାର୍ଥ ପାଇଁ ନବୀନ ବାବୁ ନୀତି ବଦଳାଉଛନ୍ତି ବୋଲି ଦାମୋଦର ରାଉତ ଅଭିଯୋଗ କରିଛନ୍ତି । ଦଳରେ ସମ୍ବିଧାନ ନାହିଁ । ମୋର ୪୦ ବର୍ଷ ରାଜନୀତି ଜୀବନରେ ଦୁର୍ନିତି କରିନାହିଁ ଏବଂ ଦୁର୍ନିତିକୁ ବିରୋଧ କରିଛି।  ଦଳର ସଭାପତି ଦିଲ୍ଲୀରେ ରହି ବହିଷ୍କାର କରିଛନ୍ତି। ବହିଷ୍କାର ପତ୍ରକୁ ମୁଁ ଅପେକ୍ଷା କରିଛି ବୋଲି ଦାମୋଦର ରାଉତ କହିଛନ୍ତି । ବିଜେଡି ଦଳ ଟିକେଟ  ମୋ ପାଇଁ ଅନିବାର୍ଯ୍ୟ ନୁହେଁ ବୋଲି ଡାକ୍ତର ରାଉତ କହିଛନ୍ତି।  କିଛି ଯୁବ ନେତା ଆଉ ସରାକାରୀ ଅଧିକାରୀଙ୍କ  ଅନୁସାରେ  ଦଳ ଚାଲିଛି ।  ବିଜୁ ବାବୁଙ୍କ କୌଣସି ଅନୁଗାମୀ ଦଳରେ ନାହାନ୍ତି। ମୁଁ ବିଜୁ ବାବୁଙ୍କ ଚେଲା, ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ। ବିଜୁବାବୁଙ୍କ ପାଇଁ ହିଁ ମୁଁ ରାଜନୀତିକୁ ଆସିଥିଲି ଆଉ ତାଙ୍କ ନାମରେ ହିଁ ରାଜନୀତିରେ ରହିବି।ବିଜେଡିରୁ ବହିଷ୍କାର ହେବା ପରେ ଦାମଙ୍କ ବିଶୋଦଗାର କହିଲେ ନବୀନଙ୍କୁ ଓଡିଶାରୁ ନ ହ୍ଟାଇଲେ ରାଜ୍ୟ ପାଇଁ ବିପଦ, ସରାକାରୀ ଅଧିକାରୀଙ୍କ ଅନୁସାରେ ଦଳ ଚାଲିଛି .