ବିଜେଡିକୁ ନିଃସର୍ତ୍ତ ସମର୍ଥନ ଦେବେ ଗ୍ରାମବାସୀ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା) ବିଜେଡ଼ି ରାଜ୍ୟ ଯୁବ ଉପ ସଭାପତି ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରି ସାମଗାଇତା ଗ୍ରାମବାସୀ ବିଜେଡିକୁ ନିଃସର୍ତ୍ତ ସମର୍ଥନ ଜଣାଇବାକୁ ପ୍ରତିଶୃତି ଦେଇଛନ୍ତି । ସାମଗାଇତା ଗ୍ରାମବାସୀ 26-03-2024 ସନ୍ଧ୍ୟା 7ଘଣ୍ଟା ସମୟରେ ଏକ ସାଧାରଣ ବୈଠକ ଡାକିଥିଲେ । ଏହି ଗ୍ରାମଟି ଗୁମ୍ମା ବ୍ଲକର ତରଭା ପଞ୍ଚାୟତ ଅଧିନରେ ରଇଛି । ଏଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସାମଗାଇତା ଗ୍ରାମବାସୀ ବିଜେଡ଼ି ରାଜ୍ୟ ଯୁବ ଉପ ସଭାପତି ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ ଙ୍କୁ ଗ୍ରାମକୁ ନିମନ୍ତ୍ରଣ କରିଥଲେ । ଶ୍ରୀ ପାଣିଗ୍ରାହୀ ଉକ୍ତ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଜନ ମଙ୍ଗଳକାରୀ ଯୋଜନା ତଥା ବିଜୁ ଜନତା ଦଳ ସମ୍ପର୍କରେ ବୁଝାଇଥିଲେ। ଗ୍ରାମବାସୀ ଶ୍ରୀ ପାଣିଗ୍ରାହୀ ଙ୍କୁ ପାଖରେ ପାଇ ଅତ୍ୟନ୍ତ ଉତ୍ସାହିତ ହେବା ସହ ଆଗାମୀ ଦିନରେ ବିଜେଡି ଦଳ ସହ ରହିବାକୁ ପ୍ରତିଶୃତି ଦେଇଥିଲେ। ନିଜ ଗାଁ ଏବଂ ଅଞ୍ଚଳର ସମସ୍ୟା ବିଷୟରେ ଆଲୋଚନା କରିବା ସହ ଶଙ୍ଖ ଚିହ୍ନରେ ଆଗାମୀ ନିର୍ବାଚନ ରେ ବିଧାୟକ ଓ ସାଂସଦ ପ୍ରାର୍ଥୀ ଙ୍କୁ ଭୋଟ ଦେବୁ ବୋଲି ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗୁମ୍ମା ଗ୍ରାମ ପଞ୍ଚାୟତ ସରପଞ୍ଚ ପିତମଣି ରଇତ, ବ୍ଲକ ଯୁବ ବିଜେଡ଼ି ସଭାପତି ଶ୍ରୀ ନିରୋଜ କୁମାର ଷଡ଼ଙ୍ଗୀ, ବଶିଷ୍ଠ ନେତା କନେଶ୍ୱର୍ ଗୌଡ, ଏଲିୟ ରଇତ, ଆହାଜ ମାଛ ପ୍ରମୁଖ ଯୋଗ ଦେଇ ଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା