ବିଜୁ ସ୍ମୃତି କମିଟି ପକ୍ଷରୁ ୧୦୪ତମ ବିଜୁ ଜୟନ୍ତୀ ଉପଲକ୍ଷେ ସ୍ମୃତିଚାରଣ ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗୁରୁବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଦିବସ ଥିବାରୁ ଜଳେଶ୍ୱର ସ୍ଥିତ ବିଜୁ ସ୍ମୃତି କମିଟି ପକ୍ଷରୁ ଏକ ଆଲୋଚନା ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଏକାଧାରେ ନେତା, ବୈମାନିକ, କିମ୍ବଦନ୍ତି ପୁରୁଷ, ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ପରିଚିତ । ତାଙ୍କ ୨ ଥର ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବିଜ୍ଞାନ କଳିଙ୍ଗ ପୁରସ୍କାର, ମିଗ୍ କାରଖାନା ପ୍ରତିଷ୍ଠା, ପାରାଦୀପ ବନ୍ଦର ନିର୍ମାଣ, ପଞ୍ଚାୟତୀରାଜର ବ୍ୟବସ୍ଥା, ନାରୀ ଜାଗରଣ, ଆଦିବାସୀ କଲ୍ୟାଣ, ଗାଁକୁ କାମ ମାକୁ ସମ୍ମାନ ଇତ୍ୟାଦି ଦ୍ୱାରା ସେ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ବଞ୍ଚି ରହିଥିବା ବକ୍ତାମାନେ କହିଥିଲେ । ଡାକବଂଗଳାରେ ଆୟୋଜିତ ଏହି ସଭାରେ ବାଣିଦାସ ମହାପାତ୍ର ପୌରହିତ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲିପ କୁମାର ଗିରି, ଡ. ରମାକାନ୍ତ ଭଂଜ, ଡ. ଶ୍ରୀକାନ୍ତ ଚରଣ ପାତ୍ର, ଅଶୋକ କୁମାର ଜେନା, ହେମନ୍ତ କୁମାର ସାହୁ, ସେକ୍ ହାସିରଦ୍ଦିନ ବକ୍ସ, ସିଦ୍ଧେଶ୍ୱର ପଣ୍ଡା, ଚୈତନ୍ୟ ଜେନା, ସୁଧିର କୁମାର ପାତ୍ର, ମଧୁସୁଦନ ଦତ୍ତ, ଅଜୟ କୁମାର ଚକ୍ରବର୍ତ୍ତୀ, ଶ୍ରୀକାନ୍ତ ମହାନ୍ତି, ଅଶ୍ୱିନୀ କୁମାର ନାଥ ଓ ପତିତ ପାବନ ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଜୁ ବାବୁଙ୍କ ବାଲ୍ୟକାଳ, ଶିକ୍ଷା, ବିବାହ, ଚାକିରୀ, ରାଜନିତୀ ସଂପର୍କରେ ବର୍ଣ୍ଣନା କରିବା ସହ ଉତ୍କଳମଣି ଗୋପବଂଧୁଙ୍କ ଛତା ବନ୍ୟାରେ ଭାସି ଯାଉଥିବା ବେଳେ ବିଜୁ ବାବୁ ଉଦ୍ଧାର କରିବା ସଂପର୍କରେ କହିଥିଲେ । ଭାରତରତ୍ନ ଉପାଧି ଦିଆଯିବାକୁ ଦାବି କରାଯାଇଥିଫଲା । ଜଳେଶ୍ୱରରେ ତାଙ୍କର ଏକ ପୂର୍ଣ୍ଣ ଅବୟବ ପ୍ରତିମୂତ୍ତୀ ପ୍ରତିଷ୍ଠା କରିବା ପାଇଁ ସିଦ୍ଧାନ୍ତ ନିଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା