ବିଜୁ ଯୁବ ବାହିନୀ ଦ୍ୱାରା ଗାଁ ଅଲମ୍ପିକ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଯୁବ ବାହିନୀ ପକ୍ଷରୁ ମ୍ୟୁନିସି ପାଲଟିର ୧ନଂ,୨ନଂ ଓ ୩ନଂ ୱାର୍ଡରେ ଗାଁ ଅଲମ୍ପିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସେକ୍‌ବାର୍ଡସ୍ଥିତ ଶୀତଳା ମନ୍ଦିର ସମ୍ମୁଖରେ ମହିଳା ମାନଙ୍କ ମଧ୍ୟରେ ବସାପୁଚି, ଠିଆପୁଚି, ହୁଳହୁଳି, କୁଇଜ୍‌, କ୍ୟାରାମ୍‌, ଶଙ୍ଖନାଦ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜୁ ଯୁବ ବାହିନୀର ସଭାପତି ସୁରଜ ଚୌରାସିଆ, କୋଷାଧ୍ୟକ୍ଷ ସେକ୍ ହାସୁରୁଦ୍ଦିନ ବକ୍ସ, ସଂଯୋଜକ ଜଗନ୍ନାଥ ଗୋଚ୍ଛାୟତ, ଗୁରୁପ୍ରସାଦ ଚୌରାସିଆ, ଦିପୁ ସାମନ୍ତ, ବିଶ୍ୱଭୂଷଣ ଦାସ, ସଂଧ୍ୟାରାଣୀ କର୍ମକାର, ମଣ୍ଟୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା