ନେସ୍କୋର ଉଦାସୀନତା ବିରୋଧରେ ନାମ୍ପୋ ଗ୍ରାମବାସୀଙ୍କ କର୍ତ୍ତୃପକ୍ଷଙ୍କଠାରେ ନାଲିସ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ଏକ ଐତିହାସିକ ଓ ସର୍ବବୃହତ୍ ଗ୍ରାମ । ବିଭିନ୍ନ ସମ୍ପ୍ରଦାୟର ଲୋକେ ସେଠାରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କୁ ଭାଇଚାରା ଅନ୍ୟତ୍ର ବିରଳ । କିନ୍ତୁ ଗାଁର କେତେକ ନେସ୍କୋର ଉଦାସିୀନତା କାର୍ଯ୍ୟଯୋଗୁଁ ସେମାନେ ନେସ୍କୋ କର୍ତ୍ତୃପକ୍ଷ (ଏଓ)ଙ୍କୁ ଭେଟି ନିରାକରଣ ଲାଗି ଅନୁରୋଧ କରିଛନ୍ତି । ନାମ୍ପୋ ଗାଁର ବିଭିନ୍ନ ସ୍ଥାନରେ ଖୁଣ୍ଟରୁ ତାର ଝୁଲି ରହିବା, ଲୋ ଭଲଟେଜ୍‌, ସାଧାରଣ ସ୍ଥାନଗୁଡିକରେ ଲୋକେ ଗତାଗତ କରୁଥିବା ବେଳେ ନିକଟରେ ବିପଦ୍‌ଜନକ ସ୍ଥାନରେ ବିଦ୍ୟୁତ୍‌ତାର ରହିଥିବା, ନାମ୍ପୋ ଷ୍ଟ୍ରକଚରର ପାଚେରୀ ନିର୍ମାଣ ଓ ଯିବା ଆସିବା ଲାଗି ରାସ୍ତା ଇଦ୍ୟାଦି ଦାବି ନେଇ ଯୁବ ନେତା ଅରୁଣ ରାଉଳଙ୍କ ନେତୃତ୍ୱରେ ଗ୍ରାମବାସୀମାନେ କର୍ତ୍ତୃପକ୍ଷଙ୍କୁ ଭେଟି ଏହାର ସମାଧାନ ଲାଗି ଲିଖିତ ଅଭିଯୋଗ କରିଛନ୍ତି । ସମାଧାନ ନ ହେଲେ ଆସନ୍ତା ଦିନରେ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା