ବିଜୁ ଯୁବବାହିନୀ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପିମୋହନପୁର ପଞ୍ଚାୟତରେ ବିଜୁ ଯୂୁବବାହିନୀ ପକ୍ଷରୁ କରୋନା ସଂପର୍କୀୟ ସଚେତନତା ଅନୁଷ୍ଠିତ ହୋଇ ଯାଇଛି । ଏହି ରୋଗର କୌଣସି ପ୍ରତିଶେଧକ ଔଷଧ ନ ଥିବାରୁ କେବଳ ସଚେତନତା ଦ୍ୱାରା ଏହି ରୋଗକୁ ରୋକାଯାଇପାରିବ ବୋଲି କର୍ମକର୍ତ୍ତାମାନେ ସ୍ଥାନୀୟ ଜନସାଧାରଣଙ୍କୁଅବଗତ କରିଥିଲେ । ବିଜୁ ଯୁବବାହିନୀ ବ୍ଲକ କୋଡିନେଟର କାଳିଚରଣ ଦାସ ଗୋପୀମୋହନପୁର ପଞ୍ଚାୟତର ସଂପାଦକ ମାନସ ରଞ୍ଜନ ଧଳ, ବର୍ତ୍ତନା ପଞ୍ଚାୟତର ସଭାପତି ସୁବାଶିଷ ମାନସ ରଞ୍ଜନ ରାଉଳ, ସଂପାଦକ ପ୍ରଶାନ୍ତ ବେହେରା, ସମ୍ପତ୍ତିଆ ପଂଚାୟତ ସଂପାଦକ ଗୀତାରାଣୀ ପାତ୍ର ଓ ଗୋପୀମୋହନପୁର ପଂଚାୟତର ବିଜୁ ଯୂୁବବାହିନୀର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସଂଗେ ସଂଗେ ମାକ୍ସ ବଣ୍ଟନ କରିଥିଲେ । ଅନୁରୂପଭାବେ ଖୁଲୁଡା ପଞ୍ଚାୟତରେ ମଧ୍ୟ କରୋନ ସହେଚତନା କାର୍ଯ୍ୟକ୍ରମ ସଭାପତି କେଦାର ଗିରି ଓ ସଂପାଦକ ମନୋଜ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ସମ୍ପତିଆ, ବର୍ତ୍ତନା ପ୍ରଭୃତି ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା