ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମକୁ ନବଜ୍ୟୋତି କ୍ଲବର ବିରୋଧ : ସ୍ଥାନାନ୍ତର ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବହୁ ଚର୍ଚ୍ଚିତ ଜଳେଶ୍ୱର ମ୍ୟୁନିସିପାଲଟିର ୧୦ନଂ ୱାର୍ଡରେ ୯.୨୯କୋଟି ବ୍ୟୟବରାଦରେ ନିର୍ମାଣ ହେବାକୁ ଯାଉଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟୋଡିୟମକୁ ଶାନ୍ତିଆସ୍ଥିତ ନବଜ୍ୟୋତି କ୍ଲବ ବିରୋଧ କରିଛି । କ୍ଲବ ପକ୍ଷରୁ ପୌରାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ଦେଇ ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଦେଇଛି । ଦୀର୍ଘବର୍ଷ ଧରି ଷ୍ଟାଡିୟମ ହେବାକୁ ଥିବା ସ୍ଥାନରେ ସ୍ଥାନୀୟ ଯୁବ, ଛାତ୍ର ଖେଳାଳୀମାନେ ଫୁଟବଲ, ଭଲିବଲ, କ୍ରିଟେ ଇତ୍ୟାଦି ଖେଳି ଆସୁଥିବାର ସେମାନେ ଦଶାଇଛନ୍ତି । ସେଠାରେ ଇନଣ୍ଡୋର ପ୍ରତିଷ୍ଠା ହେଲେ ବଳକୁ ରହୁଥିବା ୨୫ ମିଟର ସ୍ଥାନରେ ଏଭଳି ଖେଳ ହେବା ସମ୍ଭବ ନୁହେଁ । ସଂକୁଚିତ ସ୍ଥାନରେ ବହୁବର୍ଷ ଧରି ଏପରି ଅଭ୍ୟାସ ଖେଳ ସବୁଦିନ ପାଇଁ ବନ୍ଦହେବା ସମ୍ପର୍କରେ ସେମାନେ ଯୁକ୍ତି ବାଢିଛନ୍ତି । ସ୍ଥାନୀୟ ଯୁବକ, ଯୁବତୀ ଓ ଛାତ୍ରଛାତୀ ଖେଳିବାରୁ ବଂଚିତ ହେଉଥିବାରୁ ଇଣ୍ଡୋର ଷ୍ଟାଡିୟମକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କ୍ଳବର ସଭାପତି ମନୋରଂଜନ ଦାସ, ସଂପାଦକ ଶିଶିର ବ୍ରହ୍ମ, ନିମାଇଁ ସେନାପତି, ବିଭୁତି ବ୍ରହ୍ମ, ଦେବେନ୍ଦ୍ର୍ର ଚୌଧୁରୀ, ରାଜେଶ୍ୱର ଅଣ୍ଡିଆ, ସୁଶାନ୍ତ ସେନାପତି, ଦୀପକ ଜେନା, ସୁଧାଂଶୁ ଜେନା, କ୍ରିଷ୍ଣା ମୁମୁୟ, ଟୁଟୁ ଭୂୟାଁ, ସୁବ୍ରତ ବ୍ରହ୍ମ, ଅଂଜନ ଦାସ, ତାରକ ପାତ୍ର ପ୍ରମୁଖ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା