ଗୋଷ୍ଠି ଉନ୍ନୟନ ସମ୍ମିଳନୀ କକ୍ଷରେ ମୁକ୍ତା ଯୋଜନାର ଆଭାସୀ ଆଲୋଚନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାରକ୍ଷମ, ସଶକ୍ତ କରାଯିବା ସହିତ ବାହାର ରାଜ୍ୟକୁ ନ ଯିବାଲାଗି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅଧିକ ପ୍ରତ୍ସାହନ ଯୋଗାଇବା, ବେକାରୀ ସମସ୍ୟ ଦୂର କରିବା ଏବଂ ଶ୍ରମିକଙ୍କ ଜମାଖାତାକୁ ସିଧାସଳଖ ଅର୍ଥ ଯିବା ଇତ୍ୟାଦି ଲାଗି ୨୦୨୦ ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା)କୁ ନବିନ ପଟ୍ଟନାୟକ ଲୋକାର୍ପିତ କରିଥିଲେ । ଏହି ଯୋଜନାରେ ସହରାଞ୍ଚଳରେ ଖେଳପଡିଆ, ସାଧାରଣ ଉଦ୍ୟାନ, ସମସ୍ତଙ୍କ ପାଇଁ ପାନୀୟ ଜଳ, ଜଳ ନିଷ୍କାସନ ଓ ବର୍ଷାପାଣିର ସ-ବିନିଯୋଗ ଲାଗି ସହରାଞ୍ଚଳର ଯୁବକଙ୍କୁ ସଶକ୍ତ କରିବାଲାଗି ଆଜି ଜଳେଶ୍ୱର ବ୍ଲକ ଆଭାସୀ ସମ୍ମିଳନୀ କକ୍ଷରେ କେତେକ ଯୁବଗୋଷ୍ଠୀ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ସହରାଞ୍ଚଳ ଲୋକଙ୍କୁ ସୁବିଧା ସୁଯୋଗ ଲାଗି ଏପରି ଯୋଜନା କାର୍ଯ୍ୟକାରୀ କରାଯାଉଥିବା ସମ୍ପର୍କରେ ମୁଖ୍ୟ ମନ୍ତ୍ରୀ ବିଜୁ ଯୁବ ଜନତା ଓ ଛାତ୍ର ଜନତା ସହିତ ଆଭାସୀ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ର ବାରିକ, କିଶୋର କୁମାର ଚମ୍ପତି, ଅବଦୁଲ ରହିମ୍‌, ସଂଜୟ ପାଳ, ଚିତ୍ତରଂଜନ ମହାନ୍ତି, ଉତ୍ତମ ଦାସ, ଅଜିତ୍ ଖାଁ, ପ୍ରଦିପ୍ତ ଦାସ, ରାକେଶ ବାରିକ, ସୁରଜ ଚୌରାସୀଆ, କୁନ୍ତଳା ପାତ୍ର, ଜ୍ୟୋସ୍ନାରାଣୀ କର, ସୁଷମା କର, ରାଜଶ୍ରୀ କଟାଲ, ଅମର ବେହେରା, ସୁଷମା ପ୍ରଧାନ, ନିରୁପମା ଦାସ, ଅନନ୍ତ ସାହୁ, ସମରେନ୍ଦ୍ର ପରିଡା, ସତ୍ୟପ୍ରକାଶ ମହାନ୍ତି, ରାଜେଶ ଦେ, ରଣ୍ଟା ବ୍ରହ୍ମ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

ରିପୋର୍ଟ : ଭୂପତି ପରିଡା