ବିଚାରାଧିନ କଏଦିଙ୍କ ଲାଗି ଲେଖିଲେ ସବ୍‌ଜେଲର୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ଲକ୍ଷଣ ପ୍ରକାଶ ପାଇନଥିଲେ ମଧ୍ୟ ଜଳେଶ୍ୱର ସବ୍‌ଜେଲ୍‌ରେ ରହୁଥିବା କଏଦି ମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଜାଣିବାଲାଗି ସେମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରିବାଲାଗି ଜଳେଶ୍ୱର ସବ୍‌ଜେଲର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଛନ୍ତି । ଏହାପୂର୍ବରୁ ସତର୍କତା ମୂଳକ କେତେକ ପଦକ୍ଷେପ ସବ୍‌ଜେଲର ନେଇଥିବା ଜଣାଯାଇଛି । ସବ୍‌ଜେଲ୍ ଭିତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଅନ୍ତେବାସୀଙ୍କ ଲାଗି ସାବୁନ୍ ଓ ମାକ୍ସର ବ୍ୟବସ୍ଥା କରାଯାଇଛି । ଏପରିକି ନୂତନଭାବେ ଆସୁଥିବା କଏଦି ମାନଙ୍କୁ ସ୍ୱତନ୍ତ୍ର ଅଲଗା କୋଠରୀରେ ୧୪ଦିନ ସଂଗରୋଧରେ ରହିବାପରେ ଲକ୍ଷଣ ନଥିଲେ ସେମାନଙ୍କୁ ଅନ୍ୟମାନଙ୍କ ସହିତ ମିଶିବାର ସୁଯୋଗ ଦିଆଯାଉଛି । ନିର୍ଦ୍ଧାରିତ ସମୟରେ ସବ୍‌ଜେଲ୍‌କୁ ଦମକଳବାହିନୀ ଦ୍ୱାରା ବିଶୋଧନ କରାଯାଉଛି । ବିଚାରାଧିନ କଏଦି ମାନଙ୍କ ଶୁଣାଣି ଦିନ ଅନ୍ତେବାସୀଙ୍କୁ କୋର୍ଟକୁନିଆନଯାଇ ଭିଡିଓ କନ୍‌ଫାରେନ୍ସିଂ ଦ୍ୱାରା କୋଟରେ ହାଜର କରାଯାଉଛି । କୌଣସି ସମ୍ପର୍କୀୟ ବ୍ୟକ୍ତି ସାକ୍ଷାତ କରିବାକୁ ଆସିଲେ କେବଳ ଫୋନ ମାଧ୍ୟମରେ କଥାବାର୍ତ୍ତା ହେବାର ସୁଯୋଗ ଦିଆଯାଉଛି । ଜେଲ୍ ଭିତରେ ୨ଟି କୋଠରୀକୁ ସଂଗରୋଧ କେନ୍ଦ୍ରରୂପେ ବ୍ୟବହାର କରାଯାଉଥିବା ସବ୍‌ଜେଲର ଅନୁସୂୟା ଷଡଙ୍ଗୀ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି । ମୋଟ ୩୮ଜଣ କଏଦି ସବ୍‌ଜେଲ୍‌ରେ ରହୁଥିବା ବେଳେ ୫ଜଣ ନୂତନ କଏଦିଙ୍କୁ ୨ଟି ସଂଗରୋଧ କେନ୍ଦ୍ରରେ ରଖାଯାଇଥିବାର ସେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସମସ୍ତ ଅନ୍ତେବାସୀଙ୍କର ସ୍ୱାବ ଟେଷ୍ଟ କରାଯିବାକୁ ସେ ଜିଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା