କମ୍ପାନୀର ଦାୟିତ୍ୱହୀନତା ଯୋଗୁଁ ଓମାନ୍‌ରେ ଓଡିଆ ଯୁବକ ମୃତ : ଗାଁରେ ଆଲୋଡନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବାଇଗଣବାଡିଆ ପଞ୍ଚାୟତର କାଳିକାପୁର ଗାଁର ଧନଞ୍ଜୟ ବେହେରା ୨୦୧୬ ମସିହାରୁ ଓମାନ୍‌ର ମସ୍କଟ ସହରରେ ଥିବା ରେନାଇସେନ୍‌ସ୍ କମ୍ପାନୀରେ କାର୍ଯ୍ୟକରି ଆସୁଥିଲେ । କିନ୍ତୁ କମ୍ପାନୀର ଦାୟିତ୍ୱ ହୀନତା ଯୋଗୁଁ ତାଙ୍କର କରୋନାରେ ଗତ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୂତ୍ରରୁ ଜଣାଯାଇଛି । ଘଟଣାରୁ ପ୍ରକାଶ ୨୦୧୬ରେ ଧନଞ୍ଜୟ ମ୍କସଟସ୍ଥିତ ଏକକମ୍ପାନୀରେ ଚାକିରୀ କରିଆସୁଥିଲେ । ଗାଁରେ ତାଙ୍କ ବାପା ଅନନ୍ତ, ମା, ସ୍ତ୍ରୀ ସ୍ରୋତସ୍ୱିନୀ, ୧୦ବର୍ଷର ଝିଅ ଓ ୪ବର୍ଷର ପୁଅ ବାସ କରି ଆସୁଥିଲେ । କିନ୍ତୁ ଗତ ଜୁନ୍ ୪ତାରିଖରେ ଧନଞ୍ଜୟଙ୍କ ସ୍ୱାବ ଟେଷ୍ଟ ହୋଇଥିଲା । ମାତ୍ର କମ୍ପାନୀ କତ୍ତୃପକ୍ଷ ତାଙ୍କୁ ଦୀର୍ଘ ୧ମାସ ପରେ ଜୁଲାଇ ୪ ତାରିଖରେ କରୋନା ହୋଇଥିବାର ସୂଚନା ଦେବା ସହିତ ତାଙ୍କୁ ଚିକିତ୍ସାର ବ୍ୟବସ୍ଥା କରାଇଥିଲେ । କିନ୍ତୁ ଅବସ୍ଥା ଗୁରୁ ତର ହେବାରୁ ତାଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଗାଁରୁ ବାପା, ମା, ସ୍ତ୍ରୀ ଙ୍କ ନିବେଦନ ଓ ଅନୁରୋଧ କ୍ରମେ ସମାଜସେବୀ ସୁଦର୍ଶନ ଦାସ ଓମାନ୍‌ର ଓଡିଆ ସମାଜ ସହିତ ସଂପର୍କ ରକ୍ଷା କରି ଚିକିତ୍ସାରେ ଆସୁ ସହାୟତା କରିଥିଲେ । କୁନ୍ତୁ ଦୁଃଖର ବିଷୟ ଗତ ୩୧ ତାରିଖରେ ଧନଞ୍ଜୟ ଶେଷ ନିଶ୍ୱସ ତ୍ୟାଗ କରିଥିବା ତାଙ୍କ ସ୍ତ୍ରୀ ସ୍ରୋତତ୍ୱନୀ କରୁଣ ଚିତ୍ର ପ୍ରଦାନ କରିଛନ୍ତି । ସତର୍କତାର ତାଙ୍କ ଶବ ଗାଁ ମାଟିକୁ ପଠାଇବାଲାଗି ଗ୍ରାମବାସୀ ଓ ପରିବାରବର୍ଗ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ, ଜିଲା ପ୍ରଶାସନ, ରାଜ୍ୟ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା