ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ପଞ୍ଜିକୃତ କରିବା ସହ କ୍ଵାରେଣ୍ଟାଇନରେ ରହିବାକୁ ବାଧ୍ୟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି କଣମଣା ଓ ଆର୍ଯ୍ୟପାଲ୍ଲୀ ଆଇସୋଲେସନ କେନ୍ଦ୍ରଗୁଡିକୁ ବୁଲି ଦେଖିଛନ୍ତି । ଏହି ସବୁ କେନ୍ଦ୍ର ଗୁଡି଼କରେ ବାହାରୁ ଆସୁଥିବା ବ୍ୟକ୍ତିମାନେ କ୍ଵାରେଣ୍ଟାଇନରେ ରହିବେ । ସେମାନେ କିଭଳି ଏଠାରେ ସ୍ୱାସ୍ଥ୍ୟକର ଭାବେ ରହିବେ ସେଥିପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଓ ଶୌଚାଳୟ, ସ୍ନାନାଗାରର ସୁବ୍ୟବସ୍ଥା ହୋଇଛି କି ନାହିଁ ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ ସମେତ ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ, ବିଇଓ ଅଭିନାଶ ଶତପଥୀ ଓ ଅନ୍ୟାନ୍ୟ କିଛି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ କିଛି ସରପଞ୍ଚ ମଧ୍ୟ ବୁଲି ଦେଖିଥିଲେ । ଜିଲ୍ଲାପାଳ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠଯନ୍ତ୍ରୀ ଓ ଗାଁ ମୁଖିଆଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୦୩ଟି ଆଇସୋଲେସନ ସ୍ଥାପନ ହୋଇଥିବା ସୂଚନା ଦେଇଥିଲେ । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ସରପଞ୍ଚ ମାନେ ଜିଲ୍ଲାପାଳ ଭଳି କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ । ବାହାର ବ୍ୟକ୍ତିଙ୍କୁ ପଞ୍ଜିକୃତ କରିବା ସହ କ୍ଵାରେଣ୍ଟାଇନରେ ରଖିବାକୁ ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଥିଲେ । ବାହାରୁ କୌଣସି ବ୍ୟକ୍ତି ଆସିଲେ ନିୟମ ଅବମାନନା କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଲକଡାଉନ ବେଳେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ସରପଞ୍ଚମାନେ ତାଙ୍କ ପଞ୍ଚାୟତର ଜଣେ ଜଣେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ନିହାତି ଜରୁରୀ ବୋଲି କହିଥିଲେ । ଜିଲ୍ଲାରେ ଆମ ସମସ୍ତଙ୍କ କରୋନା ହାତେଇବା ଲକ୍ଷ ହେବା ଆବଶ୍ୟକ ବୋଲି ସୂଚନା ଦେଇଥିଲେ । ସର୍ବ ଶେଷରେ ଜିଲ୍ଲାପାଳ ଫେରିବା ବେଳେ କଣମଣା ପଞ୍ଚାୟତର ସରପଞ୍ଚ ଚକ୍ର ପାଣି ରେଡିଙ୍କୁ ଜିଲ୍ଲାପାଳ ଭାବେ ପଞ୍ଚାୟତର ଦାୟିତ୍ୱ ତୁଲାଇ କରୋନା ଭୁତାଣୁ ସଂକ୍ରମଣକୁ କିଭଳି ହଟା ଯାଇ ପାରିବ ସେ ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା