ଗଜପତି ଜିଲ୍ଲା ବିଜେଡ଼ି ପକ୍ଷରୁ ଜୀବନ ବିନ୍ଧୁ କାର୍ଯ୍ୟକ୍ରମ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବର୍ତ୍ତମାନ କରୋନା ମୁକାବିଲା ପାଇଁ ରୋଗୀ ମାନଙ୍କୁ ରକ୍ତ ହୀନତା ପ୍ରଭାବରୁ ରକ୍ଷା କରିବା ପାଇଁ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସରକାରୀ ନିୟମକୁ ଆଖି ଆଗରେ ରଖି ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ କେବଳ ୨୦ଜଣ କର୍ମୀ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଡ଼ିଏମ ଓ ଗୁନୁ ରାଣି ପଟ୍ଟନାୟକ ଡିପିଏମ ଯୋଗଦେଇ ସମସ୍ତ କର୍ମୀଙ୍କୁ ଉତ୍ସ।ହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସଭାପତି ପ୍ରଦୀପ ନାୟକ, ବରିଷ୍ଠ ନେତା ବସନ୍ତ କୁମାର ଦାସ, ଜିଲ୍ଲା ବିଜେଡ଼ି ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଜେଡି ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ଯୁବ ନେତା ଲେଙ୍କା ସୀମାଦ୍ରୀ, ଦିପୁ ପାଣିଗ୍ରାହୀ, ଅମୀର ଜେନା, ସତୀଶ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା