ବାଲିଆପାଳରେ ସାମ୍ବାଦିକ ସ୍ୱର୍ଗତ ପ୍ରଣବକୁ ଶ୍ରଦ୍ଧାଞ୍ଜଳି…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ମୃତ୍ୟୁ ବରଣ କରିଥିବା ସ୍ୱର୍ଗତ ପ୍ରଣବ ସାହୁଙ୍କ ଉଦ୍ଧେଶ୍ୟରେ ବାଲିଆପାଳ  ଅକ୍ସଫୋର୍ଡ଼ ପ୍ଲେ ସ୍କୁଲରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ସାହୁ ଜଣେ ବରିଷ୍ଠ ସାମ୍ବାଦିକ, ଆଦର୍ଶ ଶିକ୍ଷକ ତଥା ଜଣେ ଆଗ ଧାଡିର ସମାଜସେବୀ ଥିଲେ । ଗତ ୪ ତାରିଖ ମଙ୍ଗଳବାର ଦିନ ୧୧ ଟା ବେଳେ ବାଲିଆପାଳ ଥାନା  ଘଣ୍ଟିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ୱୀକାର ହୋଇ ଥିଲେ । ଗୁରୁତ୍ୱର ଅବସ୍ଥାରେ କଟକ  ସ୍ଥାନାନ୍ତର ବେଳେ ରାସ୍ତାରେ ତାଙ୍କ ମୃତ ଘଟିଥିଲା । ତାଙ୍କ ମୃତରେ ବାଲିଆପାଳ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଓଡ଼ିଶା ପ୍ରାଇଡ୍ ସଭାପତି ମାନସ ଦାସଙ୍କ ଆବାହନରେ ସୋମଵାର ଅପରାହ୍ନ ୪ଟା ସମୟରେ ବାଲିଆପାଳ ଅକ୍ସଫୋଡ ପ୍ଲେ ସ୍କୁଲ୍ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟାପକ ସୁକାନ୍ତ ଗିରି ଅଧ୍ୟକ୍ଷତା କରିଥିବା ବେଳେ ସାମ୍ବାଦିକ ବ୍ୟମକେଶ ସାହୁ, ଗୋପାଳ ସାହୁ, ହରେକୃଷ୍ଣ ଦାସ, ପ୍ରଦୀପ ଜେନା, ଚନ୍ଦନ ଜେନା, ଝାଡ଼େଶ୍ୱରୀ ପ୍ରଧାନ, ଅଜିତ ସାହୁ, ଉତ୍ତମ ନାୟକ, ସାଗର ପଟ୍ଟନାୟକ, ଚାଇଲ୍ଡ  ଲାଇନ ବାଲେଶ୍ଵର ଜିଲ୍ଲା  ମୁଖ୍ୟ ପ୍ରଶାନ୍ତ ରାଉତ, ସମାଜ ସେବୀ ରମାନାଥ କର, କୁମାର କୃଷ୍ଣ ଦାସ, ସନ୍ୟାସୀ ବେହେରା ପ୍ରମୁଖ ଯୋଗ ଦେଇ  ସାମାଜିକ ଦୂରତା ବଜାଇ ରଖି ସ୍ୱର୍ଗତ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଓ ଦୀପ ପ୍ରଜଳନ କରିବା ସହିତ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ତାଙ୍କର ଜୀବନ ଚର୍ଯ୍ୟା, ଜୀବନ ଶୈଳୀ  ଉପରେ ଆଲୋକ ପାଟ କରା ଯାଇ ଥିଲା, ସେ ନିଜେ ଜଣେ  ଦିବ୍ୟାଙ୍ଗ ହୋଇ ଦିବ୍ୟାଙ୍ଗ ମାନଙ୍କ ଦୁଃଖ କଷ୍ଟକୁ ମର୍ମେ ମର୍ମେ ବୁଝି ପାରିଥିଲେ । ତେଣୁ ସେମାନଙ୍କର ହକ ନ୍ୟାୟ ପାଇଁ ଏକ ସ୍ଵେଚ୍ଛାସେବୀ ସଂଗଠନ କରି ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ପାରିଥିଲେ । ତାଙ୍କର ମୃତ୍ୟୁରେ ବାଲିଆପାଳ ଅଞ୍ଚଳରେ ଏକ ଅପୁରଣୀୟ କ୍ଷତି ଘଟିଛି । ତାଙ୍କର ମହତ କାର୍ଯ୍ୟ ପାଇଁ ସେ ଚିର ଦିନ ପାଇଁ ଅମର ହୋଇ ରହିବେ ବୋଲି ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା