ପାଣିରେ ବୁଡ଼ି ୨ବର୍ଷର ବାଳକ ମୃତ…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ପାଣିରେ ବୁଡ଼ି ୨ ବର୍ଷର ବାଳକର ମୃତ ଘଟିଯାଇଥିବା ଜଣାପଡିଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଅଳାଡ଼ିହା ଗ୍ରାମରେ । ସୁଚନା ଅନୁଯାଇ ଭୁପତି ବିଶ୍ୱାଳଙ୍କ ବିବାହ ଭୋଜିରେ ଯୋଗ ଦେବା ପାଇଁ ଆସିଥିବା ଭୋଗରାଇ ବ୍ଲକ ଖଳାବାଡ଼ିଆ ଗ୍ରାମର ଗୌରାଙ୍ଗ ପିଳା ଏବଂ ତାଙ୍କର ସ୍ତ୍ରୀ ସହିତ ୨ ବର୍ଷ ବାଳକ ସାଇଜତ ପିଳା ଆସିଥିଲେ । ବିବାହରେ ବ୍ୟସ୍ତ ଥିବା ବେଳେ, ପିଳାଙ୍କ ୨ବର୍ଷର ବାଳକ ସାଇଜତ ଘର ପାଖରେ ଖେଳୁଥିବା  ସମୟରେ ପରିବାର ଲୋକଙ୍କ ଅଜାଣତରେ ଘର ପାଖରେ ଥିବା ପୋଖରୀକୁ ଚାଲି ଯାଇ ପାଣିରେ ବୁଡ଼ି ଯାଇଥିଲା । ପରିବାର ଲୋକ ବହୁ ଖୋଜା ଖୋଜି ପରେ ପୋଖରୀରୁ ପିଲାଟିକୁ ଉଧାର କରି ବାଲିଆପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ।  ମାତ୍ର ଡାକ୍ତର ସେଠାରେ ସାଇଜତଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସାଇଜତର ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା