ବାବୁ ସିଂହ ହେଲେ ଭୁବନେଶ୍ୱର ଜିଲ୍ଲା ବିଜେପିର ସଭାପତି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହେଲେ ବାବୁ ସିଂହ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ବାବୁ ସିଂହଙ୍କୁ ନିଯୁକ୍ତି ଦିଆଯାଇଛି । ଅନ୍ୟ ପକ୍ଷରେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଭାବେ ଆଡଭୋକେଟ ଦେବେନ୍ଦ୍ର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ବାବୁ ସିଂହ ଗତ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ସେ ଏକାମ୍ର-ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଭୁବନେଶ୍ୱରରେ ତାଙ୍କ ସଙ୍ଗଠନ ଭଲ ଥିବାରୁ ତାଙ୍କୁ ବିଜେପି ସଭାପତି କରାଯାଇଛି ।

ରିପୋର୍ଟ : ଆକାଶ ମିଶ୍ର