ବାବା ଅନ୍ତର୍ଯ୍ୟାମୀ ଦାସଙ୍କ ବ୍ରହ୍ମ ସମାପ୍ତ ଉପଲକ୍ଷେ ମହିମା ମେଳା ଏବଂ ନୂତନ ମନ୍ଦିର ପ୍ରତିଷ୍ଠା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ତରୋତ ପାୟତ ଦାମୋଦରପୁରସ୍ଥ ଅଲେଖ ମହିମା ଆଶ୍ରମରେ ବାବା ଅନ୍ତର୍ଯ୍ୟାମୀ ଦାସ ପିଲାଦିନରୁ ମହିମା ଧର୍ମରେ ଦୀକ୍ଷିତ ଥାଇ ଦୀର୍ଘ ୯୭ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗତ ୨୩ ତାରିଖରେ ଆଶ୍ରମ ପରିସରରେ ଏକ ମହିମା ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସାଧୁ ଧନେଶ୍ୱର ଦାସ ଏବଂ ଦାମୋଦରପୁର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ଅଲେଖ ଧର୍ମର ବହୁ ସାଧାସନ୍ଥମାନେ ଯୋଗ ଦେଇଥିଲେ । ପ୍ରାତଃ ୪ ଘଟିକାରେ ବ୍ରହ୍ମଧ୍ୱନୀ ସ୍ଥାପନ, ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳନ ଏବଂ ସ୍ମୃତି ମନ୍ଦିର ପ୍ରତିଷ୍ଠା ଆରମ୍ଭ ହୋଇଥିଲା । ଅପରାହ୍ନ ୫ ଘଟିକାରେ ସାଧୁ ଭିକ୍ଷା କରାଯାଇ ସର୍ବ ଆତ୍ମା ସେବା କରାଯାଇଥିଲା । ଏଥିରେ ଆଖପାଖ ଗ୍ରାମରୁ ପ୍ରାୟ ୫ ହଜାର ଉର୍ଦ୍ଧ୍ୱ ଲୋକ ଯୋଗଦାନ କରି ପ୍ରସାଦ ସେବନ କରିବା ସହିତ ସାରା ରାତ୍ରି ଭଜନ ର୍କୀନ ଓ ପ୍ରବଚନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର