ବାଣିଦା ଯୁବକେନ୍ଦ୍ର ପକ୍ଷରୁ ରକ୍ତଦାନ ଶିବିର : ୨୦ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ମହାମାରୀ ବେଳେ ଆମ୍ପାନ ଘୂର୍ଣ୍ଣିଝଡ ଲାଗି ବ୍ୟସ୍ତ ଥିବା ବେଳେ ଜଳେଶ୍‌ବର ବ୍ଲକର ବାଣିଦା ଗ୍ରାମସ୍ଥିତ ଯୁବକମାନଙ୍କ ଦ୍ୱାରା ଶ୍ରୀଅରବିନ୍ଦ ନୋଡାଲ ଉପ୍ରା ବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ପଲ୍ଟୁ ଦାସ ଉଦ୍‌ଘାଟନ କରିଥିଲେ । ବାଲେଶ୍ୱର ରକ୍ତଦାତା ସଂଘ ସଭାପତି କମଳ ଚକ୍ରବର୍ତ୍ତର, ସମିତି ସଦସ୍ୟ ସଂଜୟ ମହାନ୍ତି, ମନୋରଂଜନ ଦାସ, ଶିବନାରାୟଣ ମହାପାତ୍ର, ଆଶିଷ ଗିରି, ଅଂଗନୱାଡି କର୍ମୀ ସସ୍ମିତା ଦାସ ଓ ବନଜା ଦାସ ଏହାକୁ ପରିଚାଳନା କରିଥିଲେ । ପ୍ରଦୀପ ଦାସ, ପ୍ରଦୀପ ମହାପାତ୍ର, ହୃଷିକେଷ ମହାପାତ୍ର, ରବିନ୍ଦ୍ର ଗିରି ଓ ସତ୍ୟବ୍ରତ ପ୍ରଧାନ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ମୋଟ ୨୦ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା