ଅମ୍ଫାନ ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି : ୭୦ଗାଁର ୩୫ଶହ ଲୋକଙ୍କୁ ଜରୁରୀ ପରିସ୍ଥିତିରେ ୭୦ ବିଦ୍ୟାଳୟକୁ ସ୍ଥାନାନ୍ତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ ଅମ୍ଫାନର ପ୍ରସ୍ତୁତି ଲାଗି ସରକାରୀ ଭାବେ ବ୍ୟାପକ ପ୍ରସ୍ତୁତୀ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୭୦ ଗାଁର ୩୫ଶହ ଲୋକଙ୍କୁ ୭୦ଟି ସ୍କୁଲ ଘରକୁ ସ୍ଥାନାନ୍ତର କାର୍ଯ୍ୟ ଆଜି ଅପରାହ୍ନରୁ ଆରମ୍ଭ ହୋଇଥିବାର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି । ୧୯ ତାରିଖଠାରୁ ଅମ୍ଫାନ କାୟାବିସ୍ତାର ଯୋଗୁଁ ବାଲେଶ୍ୱର ଜିଲା ପ୍ରଭାବିତ ହେବାକୁ ଥିବାରୁ ପ୍ରଶାସନର ନିର୍ଦ୍ଦେଶକ୍ରମେ ଜଳେଶ୍ୱର ତହସିଲଦାର କଚ୍ଚା ଓ ଝୁମ୍ପୁଡି ଘରେ ରହୁଥିବା ୩୫ଟି ପଞ୍ଚାୟତର ୭୦ଟି ଗାଁର ୩୫ଶହ ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ୭୦ଟି ବିଦ୍ୟାଳୟକୁ ସ୍ଥାନାନ୍ତର କରିବାଲାଗି କାର୍ଯ୍ୟ ଆରମ୍ଭ ହୋଇଛି । ଜିଲା ପ୍ରଶାସନର ନିର୍ଦ୍ଦେଶରେ ଏହି ଲୋକମାନେ ଥିବା ସ୍ଥାନ ଗୁଡିକରେ ଶୁଖିଲା ଖାଦ୍ୟ, ୨୪ ଘଣ୍ଟିଆ ଆଲୋଅ ଯୋଗାଇବାର ବ୍ୟବସ୍ଥା, ଗୃହପାଳିତ ପଶୁ ମାନଙ୍କର ରହିବାଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି । ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ବିଭିନ୍ନ ତଳିଆସ୍ଥାନରେ ଥିବା ଏବଂ ବିପଦ ସଂକଳ ଘରେ ରହୁଥିବା ପରିବାରବର୍ଗଙ୍କୁ ନିକଟସ୍ଥ ପକ୍କାଗୃହକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ଦିନ ପାଇଁ ଜନସାଧାରଣଙ୍କୁ ସହାୟତା କରିବା ପାଇଁ ଓଡ୍ରାଫ ଟିମ୍ ଆସିବାର ବ୍ୟବସ୍ଥା ସଂପର୍କରେ ତହସିଲଦାର ଶ୍ରୀ ପଣ୍ଡା କହିଛନ୍ତି । ଆବଶ୍ୟକ ପଡିଲେ ଅଧିକ ଅଂଚଳର ଲୋକଙ୍କୁ ଥଇଥାନ କରିବାର ବ୍ୟବସ୍ଥା ହେବ ବୋଲି ସେ ସୂଚାଇଛନ୍ତି । ଅନ୍ୟପକ୍ଷରେ ଏହି ବ୍ଲକରେ ଚଳିତ ରବିଋତୁରେ ୮ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥିବା ବେଳେ ପ୍ରାୟ ୭ହଜାର ହେକ୍ଟର ଜମିରେ ଧାନ କଟା ହୋଇଥିବା ସଂପର୍କରେ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ରବିବାର ଅପରାହ୍ନରେ ବାତ୍ୟା ମୁକାବିଲା ଲାଗି ପ୍ରଶାସନିକ ସ୍ତରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେଥିଲାଗି ହୋଇଥିବା ପ୍ରସ୍ତୁତ ସଂପର୍କରେ ଭିଟିଓ କ୍‌ନ୍‌ଥଫାରେନ୍ସଂ ଜରିଆରେ ଜିଲାପାଳଙ୍କୁ ଅବଗତ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା