ବାଣିଦାରେ ପାନୀୟଜଳ ପ୍ରକଳ୍ପର କାର୍ଯ୍ୟ ଶୁଭାରମ୍ଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ବାଣିଦା ଅନ୍ୟତମ ବୃହତ ଗ୍ରାମ ହୋଇଥିବା ବେଳେ ଏହାର ଆଦିବାସୀ ସାହିରେ ପିଇବାପାଣି ସୁବିଧା ନ ଥିବାରୁ ଏକ ପ୍ରକଳ୍ପ ଲାଗି ବହୁବର୍ଷରୁ ଦାବି ହୋଇ ଆସୁଥିଲା । ଆଜି ବ୍ଳକ ଉପାଧ୍ୟକ୍ଷା ସଂଜିତା ସେନାପତି ଏହି ପାଣିପ୍ରକଳ୍ପ-୨ର ଭୁମୀପୂଜାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଂଚ ଦିନେଶ ଜେନା, ମଧୁସୂଦନ ସେନାପତି, ପଲ୍ଟୁ ଦାସ, ବିନୟ ମହାନ୍ତି, ମହେଶ୍ୱର ସରେନ୍‌, ଧନଞ୍ଜୟ ମହାପାତ୍ର, ଭବତାରଣ ପରିଡା, ପ୍ରଦୀପ ଭୂୟାଁ, ରାମଚନ୍ଦ୍ର ଦଳେଇ, ବିରେନ୍ଦ୍ର ଦଳେଇ, ସୁକୁଲ ହେମ୍ବ୍ରମ, ରୁହ୍ୟା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା