ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦିଗପହଣ୍ଡି ବ୍ଲକ ଗସ୍ତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦିଗପହଣ୍ଡି ବ୍ଲକ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ଏନ.ଏ.ସି. ନିକଟ ବସ ଷ୍ଟାଣ୍ଡରେ ପହଞ୍ଚି ଗ୍ରୀନ ଫିଲଡ ସ୍ମାର୍ଟ ଏଲ.ଇ.ଡି. ପ୍ରକଳ୍ପର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅଙ୍କୋରଡା ଠାରେ କଲ୍ୟାଣ ମଣ୍ଡପ ଉଦଘାଟନ, ଉଚ୍ଚବିଦ୍ୟାଳୟ ଘର ଉଦଘାଟନ, ଗୁଡ଼ିଆ ସମାଜ କୋଠଘର ଉଦଘାଟନ ଏବଂ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଚାଞ୍ଚଡାପଲ୍ଲୀ ଠାରେ ଅଙ୍ଗନାବାଡ଼ି କେନ୍ଦ୍ର ଓ ରୋଷେଇଘରର ଉଦଘାଟନ, ଉଚ୍ଚବିଦ୍ୟାଳୟ ଘର ଉଦଘାଟନ ଏବଂ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ନବରଙ୍ଗପୁର ଠାରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ହଲର ଉଦଘାଟନ କରିଥିଲେ । ସେହିପରି କୈଠଡା ପଞ୍ଚାୟତର କଲ୍ୟାଣପୁର ଗ୍ରାମ ଠାରେ ମାର୍କେଟ କମ୍ପ୍ଲେକ୍ସ ଉଦଘାଟନ, ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ ଏବଂ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ । ସିଦ୍ଧେଶ୍ଵର ଠାରେ କମ୍ୟୁନିଟି ହଲର ଉଦଘାଟନ ସହ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା