ବାଇଗଣବାଡ଼ିଆ ପଞ୍ଚାୟତରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର : ୧୨୧ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅଧିନ ବାଇଗଣବାଡ଼ିଆ ପଞ୍ଚାୟତର ପାଳସାହି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଜୀବନବିନ୍ଦୁ ଓ ମୋ ପରିବାରର ମିଳିତ ଆନୁକୂଲ୍ୟରେ ମୋଟ ୧୨୧ ଜଣ ମହିଳା ଓ ପୁରୁଷ ତାଙ୍କର ସ୍ଵେଚ୍ଛାକୃତ ରକ୍ତଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଜଳେଶ୍ଵର ବିଧାୟକ ଅଶ୍ୱନୀ କୁମାର ପାତ୍ର ଓ ମୋ ପରିବାର ବାଲେଶ୍ଵର ଜିଲ୍ଲା ସଂଯୋଜକ ସାହିରୁଲ ହକ ଓ ଜଳେଶ୍ଵର  ନିର୍ବାଚନ ମଣ୍ଡଳୀର ଜୀବନବିନ୍ଦୁ ସଂଯୋଜକ ମଧୁସୂଦନ ସେନାପତି ମିଳିତ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲେଶ୍ଵରର ସାଗର ଦାସ, ବାଇଗଣବାଡ଼ିଆ ପଞ୍ଚାୟତର ସରପଞ୍ଚ ସୁଜାତା ଗିରି, ରବୀନ୍ଦ୍ର ଗିରି, ସୃଷ୍ଟିଧର ଜେନା, ସନ୍ୟାସୀ ଯୋତି, ଉପେନ୍ଦ୍ର ଜେନା, ଜୟକୃଷ୍ଣ ଗିରି, ଦେବାଶିଷ ଗିରି, ସ୍ୱଦେଶୀ ପ୍ରଧାନ, ସଞ୍ଜୟ ଗିରି, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ବରେନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିବା ସହିତ ପଶ୍ଚିମବାର୍ଡ ସିଆରସିସି ଶ୍ରୀକାନ୍ତ ଧଳ ଓ ପାଳସାହି  ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ଜେନା, ସହକାରୀ ଶିକ୍ଷକ ପ୍ରଦୀପ କୁମାର ପରିଡ଼ା, ସନ୍ତୋଷ ଟୁଡୁ, ରଞ୍ଜନ କୁମାର ଜ୍ୟୋତିର୍ମୟୀ ପଣ୍ଡା, କବିତାରାଣୀ କୁଣ୍ଡୁ, ଲତିକା ଦାସ ଓ ପ୍ରଭାତୀ ସେଠୀ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ବାଲେଶ୍ଵର ଜିଲ୍ଲାରେ ୮୫୦ ୟୁନିଟ ରକ୍ତ ଥାଲାସେମିଆ ରୋଗୀଙ୍କ ପାଇଁ ଲାଗୁଥିବା ବେଳେ ୨ ହଜାର ୟୁନିଟ ରକ୍ତ ପ୍ରତିମାସ ଦୁର୍ଘଟଣା ଓ ପ୍ରସୂତି ମାନଙ୍କ ପାଇଁ ଆବଶ୍ୟକ ହେଉଚି, ରକ୍ତଦାନ ଏକ  ମହା ପୁଣ୍ୟ ବୋଲି ଉଦଘାଟନୀ ସଭାରେ ମତ ପ୍ରକାଶ ପାଇଥିଲା । ବାଲେଶ୍ଵର ରକ୍ତ ଭଣ୍ଡାର ଡାକ୍ତର ମହେଶ କୁମାର ବିଶ୍ବାଳ ରକ୍ତଦାତା ମାନଙ୍କୁ ପରୀକ୍ଷା ନିରୀକ୍ଷା କଲା ପରେ ସେମାନଙ୍କ ଠାରୁ ରକ୍ତ ସଂଗ୍ରହ କରା ଯାଇଥିଲା ଏବଂ ଟେକ୍ନିସିଆନ ଦେବାଶିଷ ଦତ୍ତ, ଅକ୍ଷୟ ଜେନା, ସ୍ବାତୀ ସୁଚରୀତା ରାଜ, ବିନୋଦ ବିହାରୀ ଦାସ ଓ ଅଜୟ ମହାପାତ୍ର ପ୍ରମୁଖ ମେଡିକାଲ ଟିମ ରକ୍ତ ସଂଗ୍ରହ କରିଥିଲେ ।  

ରିପୋର୍ଟ : ଭୂପତି କୁମାର ପରିଡା