କୋଦଳାରେ ଅନୁଷ୍ଠିତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର…

ବ୍ରହ୍ମପୁର/କୋଦଳା (ସମୃଦ୍ଧ ଓଡିଶା) ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା କୋଦଳା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ଆସିକା ସେଗମେଣ୍ଟର ଓଡିଶା ମୋ ପରିବାର ସଂଯୋଜକ ତଥା ଯୁବ ସମାଜସେବୀ ନିର୍ମଳ ଚନ୍ଦ୍ର ସାହୁ, କୋଦଳା ନଗର ବିଜେଡି ସଭାପତି ସଂଜୀବ କୁମାର ସାହୁ, ବେଗୁନିଆପଡା ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ଦୋରା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ l ରକ୍ତ ସଂଗ୍ରହ ଭ୍ୟାନରେ ବ୍ରହ୍ମପୁର ଏମକେସିଜି ରକ୍ତ ଭଣ୍ଡାରର କର୍ମକର୍ତ୍ତା ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତ ସଂଗ୍ରହ କରିଥିଲେ l ଏହି ଶିବିରରେ ମୋଟ ୩୫ଜଣ ରକ୍ତଦାନ କରିଥିବା ବେଳେ ବହୁ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା