ବାଇକକୁ ପିଟିଲା ଟ୍ରକ୍ : ୧ ମୁମୁର୍ଷୁ, ଟ୍ରକ୍ ଡ୍ରାଇଭର ଫେରାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥ ଜଳେଶ୍ୱର ନିକଟବର୍ତ୍ତୀ ଚାଲନ୍ତିଠାରେ ଆଜି ଗୁରୁବାର ଦିବା ୧.୩୦ମି. ସମୟରେ କଲିକତାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ ବିପରିତ ଦିଗରେ ଆସୁଥିବା ଅନ୍ୟଏକ ପେସନ୍ପ୍ରୋ ବାଇକକୁ ମୁହାମୁହଁ ଧକ୍କା ଦେବା ଫଳରେ ବାଇକଟି ଚୁରମାର ହୋଇଥିବା ସହିତ ବାଇକ୍ ଚାଳକକୁ ମୁର୍ମୁଷୁ ଅବସ୍ଥାରେ ପ୍ରଥମେ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ବାରମ୍ବାର ଦୁର୍ଘଟଣା ଘଟୁଥିବା ଉକ୍ତ ସ୍ଥାନରେ ଓଆର୍୦୧ଟି୨୭୮୪ ପେସନ୍ପ୍ରୋ ବାଇକଟି ଦ୍ରୁତଗତିରେ ଆସୁଥିବା ବେଳେ ଜିଜେ୩୭ଟି୮୯୦୦ ଟ୍ରକଟି ସମ୍ମୁଖପଟରୁ ଧକ୍କା ଦେଇଥିଲା । ଫଳରେ ଜଳେଶ୍ୱର ଥାନା ଅନ୍ତର୍ଗତ ସେଖସରାଇ ଗାଁର ବାବୁଲା ବେରାଙ୍କ ପୁଅ ରାଜୁ ବେରା(୩୨) ବାଇକରୁ ଛିଟିକିପଡି ଗୁରୁତର ହୋଇଥିଲେ । ଜଳେଶ୍ୱର ପୋଲିସ୍ ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍କୁ ଜବତ୍ କରିଥିଲେ ସୁଦ୍ଧା ଡ୍ରାଇଭର ଫେରାର ଥିବା ଜଣାଯାଇଛି । ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସଧାରଣରେ ଉତ୍ତେଜନା ପ୍ରକାଶ ପାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା