ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ଏନ୍ଏସ୍ଏସ୍ ଶିବିରରେ ସବ୍ ଜଜ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟନିସୀପାଲ୍ଟିରେ ଅବସ୍ଥିତି ଜଗନ୍ନାଥ ଡିଗ୍ରୀ କଲେଜର ବାଳିକା ବିଭାଗର ଶୀତକାଳିନ ଜାତୀୟ ସେବା ଶିବିର ଉଦଘାଟିତ ହୋଇଛି । ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ଘୋଷଙ୍କ ପୌରହିତ୍ୱରେ ଜଳେଶ୍ୱରର ସବ୍ଜଜ୍ ଇନ୍ଦିରା ପ୍ରିୟଦର୍ଶନୀ ଉଦଘାଟନ କରି ସାମ୍ପ୍ରତିକ ସମାଜରେ ମହିଳାମାନେ ବିକାଶକ୍ଷେତ୍ରରେ ଆଗକୁ ଆସିବା ଉଚିତ ବୋଲି କହିଥିଲେ । ସେବାକ୍ଷେତ୍ରରେ ପରିବାରରର ମହିଳା ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ତେଣୁ ଛାତ୍ରୀମାନେ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୁମୀକା ଗ୍ରହଣ କରିବା ଉଚିତ୍ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଜଳେଶ୍ୱରର ଜେଏମ୍ଏଫସି ନିସିତା ଚାଣ୍ଡକା ଯୋଗ ଦେଇ ଶୃଙ୍ଖଳିତ ଜୀବନଯାପନରେ ମହିଳାଙ୍କ ଭୂମିକା ପ୍ରଶଂସନୀୟ ହେବା ଉଚିତ୍ ବୋଲି କହିଥିଲେ । ଯୋଜନା ଅଧିକାରୀ ଉଷା ରାଣୀ ଦାସ, ଶୀତକାଳୀନ ଏହି ଜାତୀୟ ସେବା ଯୋଜନାରେ ୨୫ଜଣ ଛରତ୍ରଛାତ୍ରୀ ୭ ଦିନ ଧରି ପଞ୍ଚୁଘଣ୍ଟା ବିଦ୍ୟାଳୟରେ ରହି ରାସ୍ତା ସଫେଇ, ପାନୀୟଜଳର ସଚେତନତା, ଡେଙ୍ଗୁ ଓ ମେଲେରିଆ ସଚେତନତା, ନିଶା ସେବନର କୁଫଳ ସଂପର୍କରେ କାର୍ଯ୍ୟକ୍ରମ ହେଉଥିବାର କହିଥିଲେ । ଏଠାରେ ପୂର୍ବତନ ଯୋଜନା ଅଧିକାରୀ ସରୋଜ କୁମାର ମହାନ୍ତି, ଅଶୋକ ରଥ, ଶ୍ରବଣ କୁମାର ନାଥ, ନିଶ୍ଚଳ କୁମାର ଘଡେଇ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା