ବସ୍ତିରେ ନିଆରା ଢଙ୍ଗରେ ଜନୈକ ସଦସ୍ୟାଙ୍କ ଜନ୍ମଦିନ ପାଳନ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେପି ପ୍ରଶିକ୍ଷଣ ସେଲ ତରଫରୁ ନିଆରା ଢଙ୍ଗରେ ପ୍ରଶିକ୍ଷଣ ସେଲ ସଦସ୍ୟ ଶ୍ରୀମତୀ ଦିବ୍ୟ ଭାରତୀ ଜେନାଙ୍କ ଜନ୍ମଦିନ ତାରିଣୀ ବସ୍ତିର କୁନି କୁନି ପିଲାମାନଙ୍କ ସହିତ ପାଳନ କରା ଯାଇଛି I ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବା ସହିତ ନାଚ ଓ ଗୀତ ସହ ତାଙ୍କୁ ଆଜି ପିତୃ ଦିବସ ବିଷୟରେ ବିସ୍ତୃତ ଭାବେ ଉପାଧ୍ୟକ୍ଷା ଇଂ ଦିପ୍ତୀରେଖା ପଟନାୟକ ଉଲେଖ କରି କହି ଥିଲେ କି ପିତାଙ୍କ ଅବଦାନ ପାଇଁ କୃତଜ୍ଞତା ଜଣାଇବା ଲାଗି ପ୍ରତିବର୍ଷ ଜୁନ୍ ତୃତୀୟ ରବିବାରରେ ପିତାଙ୍କ ଦିବସ ପାଳନ କରାଯାଏ ଓ ଶିକ୍ଷା ନୀତି, ଆଦର୍ଶ ଓ ପାରିବାରିକ ଆଚରଣ ଉପରେ ପ୍ରଶିକ୍ଷଣ ଦେଈ ଥିଲେ l ଏହି କାର୍ଯ୍ୟକ୍ରମ ଟି ପ୍ରଶିକ୍ଷଣ ସେଲ ର ସଦସ୍ୟ ଶ୍ରୀମତୀ ତୁଳସୀ ବିଶୋଇ ଆୟୋଜନ କରି ଥିଲେ ଯାହାକୁ ଅନ୍ୟ ସଦ୍ୟସ ମାନେ ପ୍ରଶଂସା କରିବା ସହିତ ଖୁସି ବାଣ୍ଟିବା ଓ ନିଜେ ଖୁସି ଅନୁଭବ ମଧ୍ୟ କରିଥିଲେl ପିଲା ମାନଙ୍କୁ ଥଣ୍ଡା ପାନୀୟ, କେକ, ଚକଲେଟ ଓ ଖାଦ୍ୟ ପୁଡିଆ ବଣ୍ଟନ କରା ଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ ପ୍ରଶିକ୍ଷଣ ସେଲ ଅଧ୍ୟକ୍ଷ ରବି ମହାରଣା, ଉପାଧ୍ୟାକ୍ଷା ଦୀପ୍ତରେଖା ପଟ୍ଟନାୟକ, ରଜନୀ ବାଳା ଦାସ, ବବିତା ଜେନା, ରଶ୍ମି ପଣ୍ଡା, ଦିବ୍ୟ ଭାରତୀ ଜେନା, ବିଶ୍ୱ ପ୍ରଭା ପୃଷ୍ଟି, ସସ୍ମିତା ସାହୁ, ଜୟରାମ ସାହୁ ଓ ରାଜେନ୍ଦ୍ର ଦାସ ଉପସ୍ଥିତ ଥିଲେ l