ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଘରେ ଚୋର ପଶି କ’ଣ କଲା ?

ମୁମ୍ବାଇ(ସମୃଦ୍ଧଓଡିଶା) ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଘରେ ଚୋର ପଶି କଳାକନା ବୁଲେଇଦେଲା I ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଘରେ ଚୋରମାନେ ଶିଳ୍ପାଙ୍କ ମୁମ୍ବାଇର ଜୁହୁ ସ୍ଥିତ ଘରୁ କିଛି ମୂଲ୍ୟମାନ ସାମଗ୍ରୀ ଚୋରି କରି ନେଇ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଅର୍ଜୁନ ଦେବେନ୍ଦ୍ର (୨୬) ଓ ରମେଶ ଦେବେନ୍ଦ୍ର (୨୨)। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜୁନ୍ ୧୫ ତାରିଖରେ ମୁମ୍ବାଇର ଜୁହୁ ସ୍ଥିତ ଘରୁ ଚୋରି ହୋଇଥିବା ଜଣାପଡିଛି । ଗିରଫ ଦୁଇ ଅଭିଯୁକ୍ତ ୨୫ ଫୁଟର କାନ୍ଥ ଉପରେ ଚଢ଼ି ଘର ଭିତରେ ପ୍ରବେଶ କରିଥିଲେ। ଶିଳ୍ପାଙ୍କ ବେଡରୁମ୍, ଡାଇନିଂ ହଲ୍ ଓ ତାଙ୍କୁ ଝିଅଙ୍କ ରୁମ୍‌ରୁ କିଛି ମୂଲ୍ୟମାନ ସାମଗ୍ରୀ ନେଇ ଚମ୍ପଟ ମାରିଥିଲେ। ଶିଳ୍ପା ବେଡରୁମ୍ ଥିବା ଆଲମାରୀ ଖୋଲା ପଡ଼ିଥିବା ବେଳେ ଡାଇନିଂ ହଲ୍ ଓ ତାଙ୍କୁ ଝିଅଙ୍କ ରୁମ୍‌ରେ ଜିନିଷ ପତ୍ର ଗୁଡ଼ିକ ଛୀନଛତ୍ର ହୋଇ ପଡ଼ିଥିବା  ହାଉସ କିପିଂ ମ୍ୟାନେଜର ଶେଖର ଚୌଧୁରୀ ଦେଖିଥିଲେ। ଏନେଇ ସେ ଶିଳ୍ପାଙ୍କୁ ଜଣାଇବା ସହ ଜୁହୁ ଥାନାରେ ଅଭିଯୋଗ କରିଥିଲେ। ମେ’ ୨୪ ତାରିଖରୁ ଶିଳ୍ପା ସେଟ୍ଟୀ ମୁମ୍ବାଇରେ ନାହାନ୍ତି। ବର୍ତ୍ତମାନ ସେ ନିଜ ପରିବାର ସହ ବିଦେଶରେ ଛୁଟି କାଟୁଥିବା ଜଣାପଡିଛି ।